ନୂଆ ମୋଟରଯାନ ଆଇନ: ଇନ୍ସ୍ୟୁରାନ୍ସ କାରବାରରେ ୫୦୦ ପ୍ରତିଶତ ଅଭିବୃଦ୍ଧି

ଭୁବନେଶ୍ଵର, (ଓଟି): ଦେଶରେ ଆର୍ଥିକ ସ୍ଥିତି ଓ କାରବାର ମାନ୍ଦା ରହିଥିବାବେଳେ କିନ୍ତୁ ନୂଆ ମୋଟରଯାନ ଆଇନ-୨୦୧୯ ବୀମା କ୍ଷେତ୍ରରେ କାରବାରକୁ ବଢ଼ାଇ ଦେଇଛି। ଅନ୍‌ଲାଇନ୍‌ ବୀମା କିଣିବା କ୍ଷେତ୍ରରେ ଗଲା ୭ ଦିନ ଭିତରେ ୫୦୦ ପ୍ରତିଶତ ଅଭିବୃଦ୍ଧି ଘଟିଥିବା ଜଣାପଡ଼ିଛି। ପଲିସି ବାଜାର ଡଟ୍‌କମ୍‌ ନାମକ ଏକ ଅନ୍‌ଲାଇନ୍‌ ବୀମା ବିକ୍ରୟ କମ୍ପାନୀ ଏବେ ଦିନକୁ ପ୍ରାୟ ୬୭ ହଜାର ବୀମା ବିକ୍ରି କରୁଥିବା ନେଇ ବିଜ୍‌ନେସ୍‌ ଷ୍ଟାଣ୍ଡାର୍ଡ ପକ୍ଷରୁ ପ୍ରକାଶ କରାଯାଇଛି। 

ସମ୍ପୃକ୍ତ ପୋର୍ଟାଲ୍‌ର ଦୁଇଚକିଆ ବୀମା ବିକ୍ରୟ ମୁଖ୍ୟ ସାଜା ପ୍ରବୀନ ଚୌଧୁରୀ କହୁଛନ୍ତି ଯେ, ଗଲା ୫ ଦିନ ଭିତରେ ବୀମା ବିକ୍ରୟ ୫୦୦ ଗୁଣ ବୃଦ୍ଧି ପାଇଛି। ନୂଆ ନିୟମ ଲାଗୁ ହେବା ପରେ ଲୋକେ ସ୍ଵତଃ ବୀମା ପାଇଁ ଆଗ୍ରହ ଦେଖାଉଛନ୍ତି। ଏହି ହେତୁ ବୀମାଧରୀ ଓ ଅଣ ବୀମାଧାରୀ ଗାଡ଼ି ଚାଳକଙ୍କ ଭିତରେ ଥିବା ତାରତମ୍ୟ କମିବ ବୋଲି ସେ କହିଛନ୍ତି। 

ଡିଜିଟ୍‌ ଇନସ୍ୟୁରାନ୍ସ ବିକ୍ରୟ ମୁଖ୍ୟ କହିଛନ୍ତି,ଗଲା କିଛିଦିନ ଭିତରେ କାରବାର ୩୦୦ ପ୍ରତିଶତ ବୃଦ୍ଧି ହୋଇଛି। ଏଥିରେ ଦୁଇଚକିଆ ବୀମା ଧାରକଙ୍କ ସଂଖ୍ୟା ଅଧିକ ଥିବା ସେ କହିଛନ୍ତି। ଯେଉଁମାନଙ୍କ ବୀମା ସରି ଯାଇଛି କିନ୍ତୁ ସେମାନେ ତାହାର ନବୀକରଣ କରି ନଥଇଲେ ସେମାନଙ୍କ ସଂଖ୍ୟା ୫୦ ପ୍ରତିଶତ ରହିଛି ବୋଲି ସେ ସୂଚନା ଦେଇଛନ୍ତି। 

ଯେହେତୁ ଅଫ୍‌ ଲାଇନ୍‌ ଅପେକ୍ଷା ଅନ୍‌ଲାଇନ୍‌ରେ ବୀମା କିଣିବା ସହଜ ହୋଇଛି ଏବଂ କିଛି ମିନିଟ୍‌ ଭିତରେ ତାହା ସମ୍ପନ୍ନ ହୋଇପାରୁଛି, ଲୋକେ ଅନ୍‌ଲାଇନ୍‌ ପ୍ଲାଟ୍‌ଫର୍ମକୁ ଅଧିକ ଶ୍ରେ ମାନୁଛନ୍ତି। ପୁଣି ବିନା କୌଣସି ଯାଞ୍ଚରେ ଏଠାରେ ବୀମା କରାଯାଇପାରୁଛି ବୋଲି ସେ କହିଛନ୍ତିି। 

Leave a Reply

Your email address will not be published. Required fields are marked *