ଲୋକସଭା କମିଟିରେ ଓଡ଼ିଶାର ୨ ସାଂସଦ

ଭୁବନେଶ୍ୱର(ଓଟି): ଲୋକସଭାର ଦୁଇଟି ଭିନ୍ନ ଭିନ୍ନ କମିଟିକୁ ବିଜୁ ଜନତା ଦଳ (ବିଜେଡ଼ି)ର ଦୁଇ ଜଣ ବରିଷ୍ଠ ସାଂସଦ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପୁରୀ ସାଂସଦ ପିନାକୀ ମିଶ୍ର। ଏହି ଦୁଇଟି କମିଟି ଲାଗି ସଦସ୍ୟମାନେ ୨୦୨୦ ମେ ୧ରୁ ୨୦୨୧ ଏପ୍ରିଲ ୩୦ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ସାଂସଦ ତଥା ବରିଷ୍ଠ ବିଜେଡି ନେତା ଭର୍ତ୍ତୃହରି ମହତାବ ଲୋକସଭାର ପବ୍ଲିକ୍ ଆକାଉଣ୍ଟସ କମିଟିକୁ ନିର୍ବାଚିତ ହୋଇଛନ୍ତି। ଲୋକସଭାର ପବ୍ଲିକ୍ ଆକାଉଣ୍ଟସ କମିଟିର ୧୫ ସଦସ୍ୟଙ୍କ ନିମନ୍ତେ ୧୭ଜଣ ସାଂସଦଙ୍କ ଠାରୁ ନାମାଙ୍କନପତ୍ର ଆସିଥିଲା। କନୱାର ଡାନିଶ ଅଲ୍ଲୀ ଏବଂ ଜୟଦେବ ଗଲ୍ଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିଲେ। ଓଡ଼ିଶା ସାଂସଦ ଭର୍ତ୍ତୃହରି ମହାତାବଙ୍କ ସମେତ ଅବଶିଷ୍ଟ ୧୫ ଜଣ ସଦସ୍ୟଙ୍କୁ ୨୦୨୦-୨୧ ବର୍ଷ ଲାଗି କମିଟିର ସଦସ୍ୟ ନିର୍ବାଚିତ ହୋଇଥିବା ଘୋଷଣା କରାଯାଇଛି। ସେହିପରି ଭାବେ ପୁରୀ ସାଂସଦ ପିନାକୀ ମିଶ୍ର ୨୦୨୦-୨୧ ବର୍ଷ ଲାଗି ଏଷ୍ଟିମେଟ୍ କମିଟି ଲାଗି ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି। ଲୋକସଭାର ଏହି ଏଷ୍ଟିମେଟ କମିଟି ଲାଗି ୩୦ ଜଣ ସଦସ୍ୟ ନିର୍ବାଚିତ ହେବାକୁ ଥିବାବେଳେ ୨୮ଜଣ ସଦସ୍ୟ ନିର୍ବାଚିତ ଘୋଷିତ ହୋଇଛନ୍ତି।

Leave a Reply

Your email address will not be published.