ଓଲଟିପଡ଼ିଲା ଟ୍ରକ୍, ବସ୍: ୫ ଗୁରୁତର
ଭୁବନେଶ୍ଵର(ଓଟି): ଆଜି ଦୁଇଟି ସ୍ଥାନରେ ଗାଡ଼ି ଓଲଟି ପଡ଼ିଥିବାବେଳେ ଏଥିରେ ବ୍ୟାପକ କ୍ଷତି ଘଟିଛି। ସେହିପରି ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ନାସିକ୍ରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ପିଆଜ ବୋଝେଇ ଟ୍ରକ୍ ସମ୍ବଲପୁର ଜିଲ୍ଲା ବୁର୍ଲା ପିସି ବ୍ରିଜ ନିକଟରେ ଓଲଟି ପଡ଼ିଥିଲା। ଫଳରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବଳେ ପିଆଜ ସବୁ ଛିନଛତର ହୋଇପଡ଼ିଥିଲା। ଏହାରି ସୁଯୋଗରେ ଲୋକେ ପିଆଜ ବୋହିନେଇଥିଲେ। କିନ୍ତୁ ପୁଲିସ୍ ପହଞ୍ଚିବା ପରେ ଲୋକେ ନିଜ ନିଜ ରାସ୍ତାରେ ଖସିଯାଇଥିଲେ। ତେବେ ଅନେକ ଲୋକଙ୍କଠାରୁ ପିଆଜ ଜବତ କରାଯାଇଥିଲା
ଅନୁରୂପ ଭାବେ ଜଗତସିଂହପୁର ଜିଲ୍ଲା ସଅଁରା ନିକଟରେ ଘରୋଇ ବସ୍ ‘ଗରୁଡ଼’ ବିଲକୁ ଓଲଟି ପଡ଼ିଥିଲା। ଫଳରେ ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଥିବାବେଳେ ୫ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଜଗତସିଂହପୁରରୁ ସାରଳା ମନ୍ଦିର ଅଭିମୁଖେ ଯାଉଥିବା ଉକ୍ତ ବସ୍ ୪୦ରୁ ଅଧିକ ଯାତ୍ରୀ ଥିଲେ। ତେବେ ବସ୍ର ଆଗ ଚକା ଫାଟି ଯିବାରୁ ତାହା ଓଲଟି ପଡ଼ିଥିଲା ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।











