ବିଜେଡି ଟିକଟ ଆଗରେ ବିଜେପିର ଟିକଟ ପାଣିଚିଆ

ରାଜନୀତି ବ୍ୟବସାୟ ପାଇଁ ବିଜେଡି ଶିବିର ଅଧିକ ଉପଯୋଗୀ

ଭୁବନେଶ୍ଵର, (ଓଟି): ବିଜେଡି ଲୋଭରେ ନେତାଙ୍କୁ ବିଜେପି ଟିକଟ ବି ଗନ୍ଧାଉଛି। କିଛି ଦିନ ତଳେ ଆନନ୍ଦପୁରର ବିଜେପି ବିଧାୟକ ପ୍ରାର୍ଥୀ ଭାଗିରଥୀ ସେଠୀ ବିଜେଡି ସୁପ୍ରିମୋଙ୍କ ଶରଣକୁ ଆସି ସବୁଜ ଉତ୍ତରୀୟ ଧାରଣ କରିଥିଲେ। ପରେ ପରେ ବିଜେଡି ଟିକଟ ବି ପାଇଥିଲେ। ଆଜି ତାଙ୍କରି ପଦାଙ୍କ ଅନୁସରଣ କରି କାକଟପୁରର ବିଜେପି ବିଧାୟକ ପ୍ରାର୍ଥୀତୁଷାରକାନ୍ତି ବେହେରା ବିଜେଡି ଶିବିରରେ ଯୋଗ ଦେଇଛନ୍ତି। ଏହା ପ୍ରମାଣିତ କରୁଛି ଯେ, କିଛି ନେତାଙ୍କ ପାଇଁ ବିଜେଡି ଟିକଟ ଆଗରେ ବିଜେପିର ଟିକଟ ପାଣିଚିଆ।

ବିଜେପି ଛାଡ଼ିଥିବା ପ୍ରାର୍ଥୀ ତୁଷାରକାନ୍ତିଙ୍କୁ କାକଟପୁର ବିଧାନସଭାରେ ଲଢ଼ିବା ପାଇଁ ବିଜେଡି ସୁଯୋଗ ଦେଇ ପାରେ ବୋଲି କୁହାଯାଉଛି । କିନ୍ତୁ ବିଜେଡି କାକଟପୁର ବିଧାନସଭା ଆସନ ପାଇଁ ସୁରେନ୍ଦ୍ର ସେଠୀଙ୍କ ନାମ ଘୋଷଣା କରିସାରିଛି। କୁହାଯାଉଛି ତୁଷାରକାନ୍ତି ବିଜେଡିରୁ ପ୍ରାର୍ଥୀ ହେବାର ପ୍ରତିଶ୍ରୁତି ପାଇ ନ ଥିଲେ ବିଜେପି ଟିକେଟକୁ ପ୍ରତ୍ୟାଖ୍ୟାନ କରି ବିଜେଡିକୁ ଆସି ନ ଥାନ୍ତେ । ଅବଶ୍ୟ ବିଜେଡି ଏପର୍ଯ୍ୟନ୍ତ ତାଙ୍କ ନାଁ ଘୋଷଣା କରି ନାହିଁ ।

ଟିକଟ ପାଇଁ ଏମିତି ରଙ୍ଗ ବଦଳାଇବା ରାଜନୀତି ଓଡ଼ିଶାରେ ପୂର୍ବରୁ କେବେ ଦେଖାଯାଇ ନଥିଲା। ଏହା ସ୍ପଷ୍ଟ କରୁଛି ଯେ, ରାଜନୀତି ଏକ ବ୍ୟବସାୟ। ଆଉ ଏଥିପାଇଁ ବିଜେଡି ଶିବିର ଅଧିକ ଉପଯୋଗୀ।

Leave a Reply

Your email address will not be published.