ତୁଷାରକାନ୍ତିଙ୍କୁ ବିଜେଡିର କାକଟପୁର ଟିକେଟ୍

୫ଦିନ ପୂର୍ବରୁ ବିଜେଡିରେ ମିଶିଥିବା ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ଆଜି କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ମିଳିଛି। ସେ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି। କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ନେଇଥିବା ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ହଟହଟା ହେବାକୁ ପଡ଼ିଛି।

ଚଳିତ ନିର୍ବାଚନରେ କାକଟପୁର ବିଧାନସଭା ଆସନ ପାଇଁ ସୁରେନ୍ଦ୍ର ସେଠୀଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ଘୋଷଣା କରିଥିଲା। ଗତ ଶୁକ୍ରବାର ନିଜର ନାମାଙ୍କନ ପତ୍ର ଦାଖଲ ପାଇଁ ସେ ପ୍ରସ୍ତୁତି ଆରମ୍ଭ କରିଥିଲେ। କିନ୍ତୁ ନାମାଙ୍କନ ପତ୍ର ଦାଖଲ ନକରିବା ପାଇଁ ଗୁରୁବାର ରାତିରେ ତାଙ୍କୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକୁ ବିରୋଧ କରି ସୁରେନ୍ଦ୍ରଙ୍କ ସମର୍ଥକମାନେ ନବୀନ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କିନ୍ତୁ ସେଥିପ୍ରତି ଦୃଷ୍ଟି ନଦେଇ ବିଜେଡି ଆଜି ତୁଷାରକାନ୍ତିଙ୍କୁ ଦଳୀୟ ପ୍ରାର୍ଥୀ ଭାବେ ଟିକେଟ୍ ଦେଇଛି। ସେ ଆସନ୍ତାକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ସୂଚନା ମିଳିଛି।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ଇଣ୍ଡିଆ ଟିଭି ସର୍ଭେ : ବିଜେଡି-୧୦୦, ବିଜେପି-୩୧, କଂଗ୍ରେସ-୦୯

କିଏ ହେବେ ସାଂସଦ-୨: ଢେଙ୍କାନାଳରେ ବିଜେଡି ହାଲୁକା, ଲଢ଼େଇ ରୁଦ୍ର ବନାମ କେପି

ବିଜୁ ବିଜେପିନେତାଙ୍କଠାରୁ ହାରିଗଲେ ଧର୍ମେନ୍ଦ୍ର



Leave a Reply

Your email address will not be published. Required fields are marked *