ବିୟୁଟି ତାଲିକାରେ ସାମିଲ୍ କରନ୍ତୁ ତେନ୍ତୁଳି ଫେସ୍ପ୍ୟାକ୍

ଖଟାମିଠା ତେନ୍ତୁଳି ଖାଇବା ପାଇଁ ଯେତିକି ରୁଚିକର, ବିୟୁଟି ପ୍ରଡକ୍ଟ ଭାବେ ସେତିକି ଆଦୃତ । ଖାଇବାର ସ୍ୱାଦ ବଢ଼ାଇବା ସହିତ ଚେହେରାକୁ ସୁନ୍ଦର ଓ କୋମଳ କରିବାରେ ତେନ୍ତୁଳିର ଫେସ୍ପ୍ୟାକ୍ ବନାନ୍ତୁ । ଏହା ସମ୍ପୂର୍ଣ୍ଣ ନ୍ୟାଚୁରାଲ୍ ହୋଇଥିବାରୁ ସବୁ ପ୍ରକାର ସ୍କିନ୍ରେ ଏହାକୁ ବ୍ୟବହାର କରିହେବ । ତାହେଲେ ଆସନ୍ତୁ ଜାଣିବା କିଭଳି କରିବେ ତେନ୍ତୁଳି ଫେସ୍ପ୍ୟାକ୍ –
ତେନ୍ତୁଳିକୁ ଗରମ ପାଣିରେ ପକାଇ ଫୁଟାନ୍ତୁ ।

ଥଣ୍ଡା ହେବା ପରେ ତେନ୍ତୁଳିରୁ ତନ୍ତୁକୁ ଅଲଗା କରନ୍ତୁ । ଭଲ ବାହାରିଥିବା ତେନ୍ତୁଳିରେ ଟିକେ ହଳଦୀ ମିଶାଇ ଏକ ପ୍ୟାକ୍ ପ୍ରସ୍ତୁତ କରନ୍ତୁ । ଏହାପରେ ଏହି ପ୍ୟାକ୍କୁ ଧୀରେ ଧୀରେ ଚେହେରାରେ ମାଲିସ୍ କରନ୍ତୁ ଏବଂ ୨୦ ମିନିଟ୍ ପ୍ୟାକ୍କୁ ରହିବାକୁ ଦିଅନ୍ତୁ । ଏହାପରେ ଥଣ୍ଡା ପାଣିରେ ମୁହଁକୁ ଧୋଇଦିଅନ୍ତୁ ।ଏକ ସପ୍ତାହ ମଧ୍ୟରେ ଚେହେରାରେ ପରିବର୍ତ୍ତନକୁ ଆପଣ ଜାଣିପାରିବେ ।

‘ଟୋଟାଲ୍ ଧମାଲ୍’ର ଟ୍ରେଲର୍ ଆଉଟ୍

କେଉଁ ମାସରେ ଜନ୍ମ ହୋଇଥିବା ଝିଅ ଲକ୍ଷ୍ମୀବନ୍ତ, ଜାଣନ୍ତୁ 

Leave a Reply

Your email address will not be published. Required fields are marked *