ଟ୍ୟୁସନ କରି ଗିରଫ ହେଲେ ଶିକ୍ଷକ
କେନ୍ଦ୍ରାପଡା଼,(ଓଟି):ସମଗ୍ର ଦେଶ ଏବେ ଲକ ଡାଉନ ଥିବା ବେଳେ ରାଜନଗର ବ୍ଲକ ଅନ୍ତର୍ଗତ କୁରୁଂଟି ପଂଚାୟତର ବଳରାମପୁର ପ୍ରଥମିକ ବିଦ୍ୟାଳୟରେ କଳ୍ପତରୁ ପରିଡ଼ା ନାମକ ଜଣେ ଶିକ୍ଷକ ପ୍ରାୟ ୮୦ ଜଣ ଛତ୍ରଛାତ୍ରୀଙ୍କୁ ଗୁରୁବମାର ବିଦ୍ୟାଳୟ ପରିସରରେ ଟ୍ୟୁସନ କରି ଗିରଫ ହୋଇଛନ୍ତି । ଏବେ ବିଦ୍ୟାଳୟ ବନ୍ଦ ରହିଥିବାରୁ ଏହି ସୁଯୋଗରେ ଶିକ୍ଷକ ଜଣକ ସ୍କୁଲ ଗୃହରେ ଛାତ୍ରଛାତ୍ରୀଙ୍କୁ ଟ୍ୟୁସନ କରିଥିଲେ । ହେଲେ ଗ୍ରାମବାସୀମାନେ ଏ ନେଇ ପୁଲିସକୁ ଖବର ଦେବାରୁ ସ୍କୁଲରେ ପୁଲିସ ପହଂଚି ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି ଥାନାକୁ ନେଇଥିଲା । ତେବେ ପୁଲିସ ଗିରଫ ଶିକ୍ଷକଙ୍କୁ ଜାମିନରେ ଛାଡ଼ିଛନ୍ତି ଓ ଶିକ୍ଷକ ମହାଶୟ ଲକଡାଉନ ନିୟମ ଭାଙ୍ଗିଥିବାରୁ ତାଙ୍କ ନାମରେ ଏକ ମାମଲା ରୁଜ୍ଜୁ କରାଯାଇଛି ।