୨୩ରେ ଆସିବେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ
ଭୁବନେଶ୍ଵର, (ଓଟି): ଆସନ୍ତା ୨୩ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଇଦିନିଆର ଭାରତ ଗସ୍ତରେ ଆସିବେ। ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ। ତାଙ୍କ ସହ ପତ୍ନୀ ମାଲେନା ଟ୍ରମ୍ପ ମଧ୍ୟ ଭାରତଗସ୍ତରେ ଆସିବେ। ଭାରତ ସରକାରଙ୍କ ପକ୍ଷରୁ ହୋଇଥିବା ଅନୁରୋଧ ରକ୍ଷାକରି ଟ୍ରମ୍ପଙ୍କର ଏହି ଦୁଦିନିଆ ଗସ୍ତ ସ୍ଥିର ହୋଇଥିବା ହ୍ବାଇଟ୍ ହାଉସ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି।
ଆନ୍ତର୍ଜାତିକ କୂଟନୀତିକ ତଥା ବାଣିଜ୍ୟିକ ସମ୍ପର୍କ ରକ୍ଷା କ୍ଷେତ୍ରରେ ଟ୍ରମ୍ପଙ୍କ ଏହି ଗସ୍ତ ଏକ ଗୁରୁତ୍ଵପୂଣ୍ଣ ଭୂମିକା ନେବ ବୋଲି ଆଶା କରାଯାଉଛି। ଏହି ଗସ୍ତରେ ଟ୍ରମ୍ପ ଭାରତ-ଆମେରିକା ଭିତରେ ଥିବା ବ୍ୟବସାୟିକ ପ୍ରତିବନ୍ଧକକୁ ଦୂର କରିବା ନେଇ ଭାରତ ସହ କିଛଇ ଚୁକ୍ତି ସ୍ଵାକ୍ଷର କରିପାରନ୍ତି।
ଟ୍ରମ୍ପଙ୍କ ଏହି ଗସ୍ତରେ ଦୁଇଟି ସହର ଗସ୍ତ କରିବେ। ପ୍ରଥମେ ଦିଲ୍ଲୀ ଓ ପରେ ଅହମ୍ମଦାବାଦ। ଗୁଜରାଟ୍ର ରାଜଧାନୀ ଅହମ୍ମଦାବାଦ ସହର ମହାତ୍ମାଗାନ୍ଧିଙ୍କ ସ୍ମୃତି ସହ ବିଶେଷଭାବେ ଜଡ଼ିତ। ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନିଜ ରାଜ୍ୟ । ଏଣୁ ଏହି ରାଜ୍ୟ ଗସ୍ତକୁ ମଧ୍ୟ ପ୍ରଶାସନ ପକ୍ଷରୁ ଯଥେଷ୍ଟ ଗୁରୁତ୍ଵ ଦିଆଯାଉଛି। ନୂଆଦିଲ୍ଲୀରେ ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ ଆଲୋଚନା କିବା କାର୍ଯ୍ୟକ୍ରମ ରହିଛି।











