ତ୍ରିପୁରା ହେଲା #କରୋନା ମୁକ୍ତ
ଅଗରତାଲା(ଓଟି): ମହାମାରୀ କରୋନା କବଳରୁ ଦେଶର ପୁଣି ଏକ ରାଜ୍ୟ ମୁକ୍ତ ହୋଇଛି। ଉକ୍ତ ରାଜ୍ୟ ହେଉଛି ତ୍ରିପୁରା। ଏନେଇ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଘୋଷଣା କରିଛନ୍ତି। ପୂର୍ବରୁ ଗୋଆ ଓ ମଣିପୁର କରୋନାମୁକ୍ତ ରାଜ୍ୟ ଭାବେ ଖୁସି ଖବର ଦେଇଥିଲେ।
ସୂଚନା ଅନୁସାରେ ତ୍ରିପୁରାର ଦ୍ଵିତୀୟ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ସେଠାରେ ଆଉ କେହି କରୋନା କବଳିତ ଥିବା ଜଣାପଡ଼ିନି। ଫଳରେ ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିବା ସହ ରାଜ୍ୟ କରୋନାମୁକ୍ତ ହୋଇଥିବା ପ୍ରକାଶ କରିଛନ୍ତି। ସେ ଏନେଇ ଟୁଇଟ୍ କରି ସୂଚନା ଦେଇଛନ୍ତି। ତେବେ ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ସାମାଜିକ ଦୂରତା ବଜାୟ ରଖିବା ସହ ଘରେ ରହି ସୁସ୍ଥ ରହିବାକୁ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବ ଟୁଇଟ୍ ମାଧ୍ୟମରେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି।