ଜଗତସିଂହପୁରରେ ତ୍ରିମୁଖୀ ଲଢ଼େଇ

ଜଗତସିଂହପୁର ଜିଲ୍ଳାରେ ଏକଛତ୍ର ରାଜ କରୁଥିବା ବିଜେଡି ଏବେ ବିରୋଧର ସମ୍ମୁଖୀନ ହେଉଛି। ଜଗତସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଦେଖିବାକୁ ମିଳିଛି ତ୍ରିମୁଖୀ ଲଢେଇ। ନାମାଙ୍କନପତ୍ର ଦାଖଲ ପରେ ଶାସକ ଦଳ ବିଜେଡି ଭିତରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ବିଜେଡିର କର୍ମୀମାନେ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ମୁଦୁଲିଙ୍କୁ ସାହାଯ୍ୟ କରିବାର ଦେଖିବାକୁ ମିଳୁ ନାହିଁ।

ପୂର୍ବତନ ବିଧାୟକ ବିଜେଡି ଜିଲ୍ଲା ସଭାପତି ବିଷ୍ଣୁ ଦାସ ଜଗତସିଂହପୁରରେ ୨୪ ବର୍ଷର ରାଜନୀତିରେ ୨୦୧୪ ନିର୍ବାଚନରେ ୬୪ ହଜାର ୧୭୯ ଭୋଟ ପାଇ ହାରିଥିଲେ। ଜଗତସିଂହପୁ କଂଗ୍ରେସ ପ୍ରାର୍ଥୀ ୬୭ ହଜାର ୬୪ ଭୋଟ ପାଇ ଜିତିଥିଲେ ଏବଂ ସେ ଜଗତସିଂପୁରରେ ରାଜନୀତି କରିବାର ମଙ୍ଗ ଧରି ନେଇ ଚଳିତ ନିର୍ବାଚନରେ କିଭଳି ବିଜେଡି ଓ ବିଜେପିର ପ୍ରାର୍ଥୀଙ୍କୁ ହରାଇ ପୁଣିଥରେ ଜଗତସିଂହପୁର ନିର୍ବାଚନରେ ଜିତି ବିଧାୟକ ହୋଇ ନିଜର କାୟା ବିସ୍ତାର ଜାରି ରଖିବେ ସେଥିପାଇଁ ଆପ୍ରାଣ ଚେଷ୍ଟା ଜାରି ରଖିଛନ୍ତି।

ବିଜେଡି ପ୍ରାର୍ଥୀ ବାଲିକୁଦା-ଏରସମାର ବିଧାୟକ ପ୍ରଶାନ୍ତ ମୁଦୁଲି ଏଭଳି ହଠାତ‌୍‍ ଆସି ଜଗତସିଂହପୁରରେ ରାଜନୀତି କରିବେ ଏବଂ ଦଳ ତାଙ୍କୁ ଟିକଟ ଦେବ ବୋଲି ସେ ନିଜେ ବି ଭାବି ନଥିଲେ। ଦଳ ଟିକଟ ଦେବା ପରେ ଅନେକ କର୍ମୀ ବିଜେଡି ଛାଡି ବିଜେପିରେ ଓ କଂଗ୍ରେସରେ ମିଶିବାର ଦେଖାଦେଇଛି।

ଅପର ପକ୍ଷରେ ଦେଖିବାକୁ ଗଲେ ଗାଁର ପୁଅ ବଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର ୨୦୧୪ରେ ସ୍ୱାଧୀନ ଭାବେ ଛିଡା ହୋଇ ୮ହଜାର ୮୮୪ ଖଣ୍ଡ ଭୋଟ ପାଇଥିବାବେଳେ ଚଳିତ ନିର୍ବାଚନରେ ବିଜେପିରୁ ତାଙ୍କୁ ଟିକଟ ମିଳିଛି। ଆଗାମୀ ଦିନରେ ଜଗତସିଂହପୁରରେ ତ୍ରିମୁଖୀଙ୍କର ମହାସଂଗ୍ରାମ ନିଶ୍ଚିତ ହେବ ଏଥିରେ କୌଣସି ସନ୍ଦେହ ନାହିଁ।

ପ୍ରତ୍ୟେକ ଦିନ କ୍ୟାମ୍ପେନିଂରେ ଦେଖିବାକୁ ମିଳିଛି ଜୋରଦାର ଫାଇଟିଂ। ଯେହେତୁ ବିଜେଡିର ପୁରୁଣା ନେତା ବିଷ୍ଣୁ ଦାସ ଜଗତସିଂହପୁର ଛାଡି ତିେର୍ତ୍ତାଲ ଅଭିମୁଖେ ଯାତ୍ରା କରିସାରିଲେଣି ତାଙ୍କ କର୍ମୀମାନେ କେବେ ଦଳକୁ ଭୋଟ ଦେବେନି ବୋଲି ଚର୍ଚ୍ଚା ଚାଲିଛି।

ଜଗତସିଂହପୁର ଜିଲ୍ଲାରେ କିଏ ନିର୍ବାଚନୀ ରଣାଙ୍ଗନାରେ ଜୟ କରୁଛି ଏବଂ କିଏ ଚିତ୍ ହେଉଛି ତାହା ଆସନ୍ତା ମାସରେ ଜଣାପଡ଼ିବ।

Leave a Reply

Your email address will not be published.