ରାଜସ୍ୱ ଆଦାୟରେ କାମ ଦେଉଛନ୍ତି କିନ୍ନର: ଦି’ ଦିନରେ ୮ ଲକ୍ଷରୁ ଅଧିକ ଆଦାୟ

ଭୁବନେଶ୍ୱର,(ଓଟି): ରାଜଧାନୀ ସହରରେ ବିଭିନ୍ନ ବ୍ୟବସାୟିକ ତଥା ବ୍ୟକ୍ତିଗତ ଆବାସରୁ ରାଜସ୍ୱ ଆଦାୟ କ୍ଷେତ୍ରରେ ସହାୟକ ହେଉଛନ୍ତି କିନ୍ନର ଗୋଷ୍ଠୀ । ବିଏମ୍‍ସି ପକ୍ଷରୁ ସେମାନେ କାର୍ଯ୍ୟ ଦାୟିତ୍ୱ ହାସଲ କରିବା ପରେ ଦୀର୍ଘଦିନ ଧରି ବକେୟା ପଡ଼ିଥିବା ବଡ଼ ବଡ଼ ଟିକସ ଖିଲାପକାରୀଙ୍କ ଠାରୁ ଦେୟ ଆଦାୟ କରିବାକୁ ଲାଗି ପଡ଼ିଛନ୍ତି । ଏହି ଦୁଇଦିନ ଭିତରେ ସେମାନେ ୮ ଲକ୍ଷରୁ ଅଧିକ ଟଙ୍କା ଟିକସ ରାଜସ୍ୱ ବିଏମ୍‍ସି ନିକଟରେ ପଇଠ କରିଥିବା ବିଏମ୍‍ସି ସୂଚନା ଦେଇକ୍ତି ।
ଗୁରୁବାରଦିନ ଏନେଇ ବିଏମ୍‍ସି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା । ଦୀର୍ଘଦିନ ହେଲା ପଡ଼ି ରହିଥିବା ୧୧ କୋଟି ଟିକସ ରାଜସ୍ୱ ଆଦାୟ ପାଇଁ ପାଖଶପାଖି ୩୬୪ ଜଣଙ୍କ ନାଁରେ ନାଲି ନୋଟିସ୍‍ ଜାରି କରିଥିଲା । ଏହିସମସ୍ତ ନୋଟିସ୍‍ଧାରୀ ୧୦ ହଜାର ବା ତା’ଠୁ ଅଧିକ ହୋଲ୍ଡିଂ ଟିକସ ଦୀର୍ଘଦିନ ହେଲା ଜମା ନକରି ଖିଲାପ କରୁଥିଲେ ।

କିନ୍ନରମାନଙ୍କୁ ନେଇ ଗଠିତ ସ୍ୱୀକୃତି ଗ୍ରୁପ୍ ବିଭିନ୍ନ ଖିଲାପକାରୀଙ୍କ ଠାରୁ ଗୁରୁବାର ଦିନ ତିନି ଲକ୍ଷ ୭୩ ହଜାର ୪୦୬ ଟଙ୍କା ଆଦାୟ କରିଥିବା ବେଳେ ଶୁକ୍ରବାର ଦିନ ସୁଦ୍ଧା ଏହି ପରିମାଣ ୮ଲକ୍ଷ ୬୫ ହଜାର ୬୩୨ରେ ପହଞ୍ଚିଥିଲା । ଏହା ସାଙ୍ଗକୁ ସେଣ୍ଟ୍ରାଲ ଲାଇସେନ୍ସ ସ୍କ୍ୱାର୍ଡ ଖାରବେଳନଗର, ବିଗ୍ ବଜାର ଏବଂ ଶୁଭମ୍ ମାର୍କେଟ (ୱାର୍ଡ-୪୧)ରୁ ୪୭ ହଜାର ୫୦୦ ଆଦାୟ କରିଛନ୍ତି । ଏତଦ୍‌ବ୍ୟତୀତ ଏସ୍‌ଏଚ୍‌ଜି ଗ୍ରୁପ୍ ମଧ୍ୟ ୬ ହଜାର ୫୦୦ ଟଙ୍କା ଆଦାୟ କରିଥିବା ବିଏମ୍‍ସି ଜଣାଇଛି ।

ଗତ ଡିସେମ୍ବର ୨୦୧୯ରେ ଉକ୍ତ ବ୍ୟକ୍ତିମାନଙ୍କୁ ବିଏମ୍‌ସି ନୋଟିସ୍ ଦେଇ ସେମାନେ ନଶୁଣିବାରୁ ଆଜି ସେମାନଙ୍କ ନାମରେ ରେଡ୍ ନୋଟିସ୍ ପଠାଯାଇଛି । ଆସନ୍ତା ୨୮ ତାରିଖ ସୁଦ୍ଧା ସେମାନେ ନିଜର ଦେୟ ପଇଠ ନକରିଲେ ସେମାନଙ୍କ ଉପରେ ଓଡ଼ିଶା ପବ୍ଲିକ୍ ସର୍ଭିସ୍ ଡିମାଣ୍ଡ ରିକଭରି ଆକ୍ଟ ୧୯୬୨ ଅନୁଯାୟୀ ସାର୍ଟିଫିକେଟ୍ ମୋକଦ୍ଦମା ରୁଜୁ କରାଯିବ । ଆହୁରି ମଧ୍ୟ ଓଡ଼ିଶା ମ୍ୟୁନିସିପାଲ୍ ଆଇନ୍ ୨୦୦୩କୁ ଭିତ୍ତି କରି ସେମାନଙ୍କ ନାମରେ ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯିବ ବୋଲି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଥିଲେ ।
ତେବେ ଆଜି ।

Leave a Reply

Your email address will not be published. Required fields are marked *