ଆସାମରେ ଉାତ୍ତେଜନା: ଓଡ଼ିଶାରୁ ଟ୍ରେନ୍‌ଯାତ୍ରା ବିଳମ୍ବିତ

ଭୁବନେଶ୍ଵର, (ଓଟି): ପୁରୀରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଟେଅନ୍‌ସବୁ ବିଳମ୍ବ ହେବ। ୧୨୮୩୮ ପୁରୀ-ହାଓଡ଼ା ଏବଂ ୧୮୪୧୦ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌, ୦୮୪୦୩ ପୁରୀ -ସାନ୍ତ୍ରାଗାଚ୍ଛି ଏକ୍ସପ୍ରେସ୍‌ ୩ ଘଣ୍ଟା ୧୫ ମିନିଟ୍‌ ବିଳମ୍ବରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି। ର୍ର୍ଠିକ୍‌ ସେହିପରି 

୧୯ ତାରିଖ ଯାଏ ଟ୍ରେନ୍‌ ବାତିଲ୍‌

ଆଜି ଯାତ୍ରା କରିବାକୁ ଥିବା ୧୨୫୦୩ ହମ୍‌ସଫର ଏକ୍ସପ୍ରେସ୍‌,  ୧୪ ତାରିଖରେ ଯାତ୍କରା କରିବାକୁ ଥିବା ଦିବ୍ରୁଗଡ଼ -କନ୍କୁୟାମାରୀ ଏକ୍ସପ୍ରେସ୍‌,  ଏବଂ ୧୯ ତାରିଖରେ ଯାତ୍ରା କରିବାକୁ ଥିବା କନ୍ୟାକୁମାରୀ-ଦିବ୍ରୁଗଡ଼ ଏକ୍ସପ୍ରେସ୍‌ର ଯାତ୍ରାକୁ ବାତିଲ୍‌ କରାଯାଇଛି।

୧୫୯୩୦ ଦିବ୍ରୁଗଡ଼=ତମ୍ବରମ୍‌ ଏକ୍ସପ୍ରେସ୍‌ ୧୬ ତାରିଖ ଦିନ ଦିବ୍ରୁଗଡ଼ ବଦଳରେ ଗୌହାଟୀରୁ ଯାତ୍ରା ଆରମ୍ଭ କରିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। 

ଆସାମରେ ଦେଖଦେଇଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉତ୍ତର ପୂର୍ବାଞ୍ଚଳ ରେଳବାଇର ତିନସୁକିଆ ଓ ଲୁମ୍ବଡିଙ୍ଗ୍‌ ଡିଭିଜନ୍‌ରେ ଚାଲିଥିବା ରେଲ୍‌ ରୋକୋକୁ ଆଖିରେ ରଖି ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। 

Leave a Reply

Your email address will not be published. Required fields are marked *