ଅମ୍ପନ୍‌‌ ସତର୍କ: ରାଜଧାନୀକୁ ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର ଦେଇ ଯିବନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ୪ ଦିନ ଯାଏ, ଭୁବନେଶ୍ଵରରୁ ନୂଆଦିଲ୍ଲୀ ଯାଉଥିବା ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର-ହିଜିଲି ରୁଟ୍‌ରେ ଯିବ ନାହିଁ। ଏହା ଭୁବନେଶ୍ଵରରୁ ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା-ଟାଟା ହୋଇ ନୂଆଦିଲ୍ଲୀ ଯିବ। ଏଣୁ ଭଦ୍ରକ, ବାଲେଶ୍ଵରଓ ହିଜିଲି ରୁଟ୍‌ର ଯାତ୍ରୀମାନେ ଏହାର ଫାଇଦା ନେଇପାରିବେ ନାହିଁ।

ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା ୨୨ ତାରିଖ ଯାଏ ଏହି ବିକଳ୍ପ ରାସ୍ତାକୁ ରେଳବାଇ ଆପଣାଉଛି। ଏହାର କାରଣ ପଛରେ ଆମ୍ଫାନ୍‌ ବାତ୍ୟା ଦାୟୀ ବୋଲି କୁହାଯାଇଛି। ଯେହେତୁ ଏହି ସମୟରେ ସାମୁଦ୍ରିକ ଝଡ଼ ଆମ୍ଫାନ୍‌ ଉତ୍ତର ଓଡ଼ିଶା ଉପକୂଳ ଦେଇ ଗତି କରିବା ଆଶଙ୍କା ରହିଛି ଏଣୁ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ପଦକ୍ଷେପ ନିଆଯାଇଛି।

 

ନୂଆଦିଲ୍ଲୀରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଟ୍ରେନ୍‌ ପାଇଁ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *