ଏଣିକି ୧୦୦+ ମେସେଜ୍‌ରେ ଲାଗିବନି ଚାର୍ଜ

ନୂଆଦିଲ୍ଲୀ(ଓଟି): ଭାରତୀୟ ଦୂରସଞ୍ଚାର ପ୍ରାଧିକରଣ ନିୟାମକ (ଟ୍ରାଇ) ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌ରୁ ଅଧିକ ପଠାଯାଉଥିବା ପ୍ରତିଟି ମେସେଜ୍ ଉପରେ ଗ୍ରାହକମାନଙ୍କ ଠାରୁ ୫୦ ପଇସା ଲେଖାଏଁ ମୂଲ୍ୟ ବସୁଲ କରିବା ଲାଗି ଧାର୍ଯ୍ୟ କରିଥିଲା। ହେଲେ ବର୍ତ୍ତମାନ ଏହି ମୂଲ୍ୟକୁ ଫେରସ୍ତ ନେବା ଲାଗି ପ୍ରସ୍ତାବ ଜାରି କରିଛି। ଟ୍ରାଇ ପକ୍ଷରୁ ୨୦୧୨ ନଭେମ୍ବରରେ ଜାରି କରାଯାଇଥିବା ଆଦେଶରେ ଅନିଚ୍ଛାକୃତ ସନ୍ଦେଶର ସମସ୍ୟାକୁ ଦୂରେଇବା ପାଇଁ ନ୍ୟୂନତମ ୫୦ ପଇସାର ଶୁଳ୍କ ଅଧିସୂଚିତ କରାଯାଇଥିଲା। ସମ୍ପ୍ରତି ଜାରି ହୋଇଥିବା ଟେଲିକମ୍ୟୁନିକେସନ୍ ଟାରିଫ୍ (୬୫ତମ ସଂଶୋଧନ) ଆଦେଶ ୨୦୨୦ ପ୍ରସଙ୍ଗରେ କୁହାଯାଇଛି ଯେ, ଟେଲିକମ୍ କମର୍ସିଆଲ୍ କମ୍ୟୁନିକେସନ୍ କଷ୍ଟମର୍ ପ୍ରିଫରେନ୍ସ ରେଗୁଲେସନ୍ ୨୦୧୮କୁ ଆରମ୍ଭ କରିବା ସହିତ ଏସ୍‌ଏମ୍‌ଏସ୍ ପାଇଁ କୌଣସି ଶୁଳ୍କର ଆବଶ୍ୟକ ନାହିଁ ବୋଲି ଅନୁଭବ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଟେଲିକମ୍ୟୁନିକେସନ୍ ଟାରିଫ୍ (୬୫ତମ ସଂଶୋଧନ) ଆଦେଶ ୨୦୨୦ରେ ଏହି ବ୍ୟବସ୍ଥାକୁ ଫେରସ୍ତ ନେବାର ପ୍ରସ୍ତାବ ଜାରି କରାଯାଇଛି।

Leave a Reply

Your email address will not be published.