ମାଇକଲ୍ ଜ୍ୟାକସନଙ୍କ ରେକର୍ଡ଼ ଭାଙ୍ଗିଲେ ଟେଲର୍ ସ୍ୱିଫ୍ଟ
ନିକଟରେ ଆୟୋଜିତ ଆମେରିକାନ୍ ମ୍ୟୁଜିକ୍ ଆୱାର୍ଡ଼ (ଏଏମଏ) ଉତ୍ସବରେ ହଲିଉଡ୍ ସିଙ୍ଗର୍ ଟେଲର୍ ସ୍ୱିଫ୍ଟଙ୍କୁ ୬ଟି ଶ୍ରେଣୀରେ ସମ୍ମାନିତ କରାଯାଇଛି । ୬ଟି ଶ୍ରେଣୀ ହେଉଛି – ଆର୍ଟିଷ୍ଟ ଅଫ୍ ଦ ଇୟର୍, ଲୋକପ୍ରିୟ ଫିମେଲ୍ ଆର୍ଟିଷ୍ଟ, ସମକାଳୀନ ଆଡଲ୍ଟ ଆର୍ଟିଷ୍ଟ୍ ଓ ଆର୍ଟିଷ୍ଟ୍ ଅଫ୍ ଦ ଡେକେଡ୍ ଆୱାର୍ଡ଼ । ଲୋକପ୍ରିୟ ମ୍ୟୁଜିକ୍ ଭିଡିଓ ଶ୍ରେଣୀରେ ତାଙ୍କର ଗୀତ ‘ୟୁ ନିଡ୍ ଟୁ କାମ୍ ଡାଉନ୍…’ ଓ ଲୋକପ୍ରିୟ ଆଲବମ୍ ଶ୍ରେଣୀରେ ତାଙ୍କର ଆଲବମ୍ ‘ଲଭର୍’କୁ ସମ୍ମାନିତ କରାଯାଇଥିଲା ।
୨୯ ବର୍ଷୀୟା ସ୍ୱିଫ୍ଟ ତାଙ୍କର ୧୫ ବର୍ଷର ସଙ୍ଗୀତ କ୍ୟାରିୟର୍ ମଧ୍ୟରେ ୨୯ଟି ଏଏମଏ ଆୱାର୍ଡ଼ରେ ସମ୍ମାନିତ ହୋଇସାରିଛନ୍ତି । ଏହି ସଫଳତା ପାଇଁ ସେ ହଲିଉଡ୍ ମ୍ୟୁଜିକ୍ କିଙ୍ଗ୍ ମାଇକଲ୍ ଜାକସନଙ୍କ ରେକର୍ଡ଼କୁ ଭାଙ୍ଗି ଦେଇଛନ୍ତି । ମାଇକଲ୍ ଜ୍ୟାକସନ୍ ୨୪ଟି ଏଏମଏ ଆୱାର୍ଡ଼ରେ ସମ୍ମାନିତ ହୋଇଥିଲେ । ସ୍ୱିଫ୍ଟଙ୍କୁ ସମ୍ମାନିତ କରିବା ସମୟରେ ମା’ ଏଣ୍ଡ୍ରିଆ ସ୍ୱିଫ୍ଟଙ୍କ ଆଖିରେ ଲୁହ ଆସିଯାଇଥିଲା । ଟେଲର୍ ନିଜ ମା’ଙ୍କ ପାଇଁ ସ୍ପେଶାଲ୍ ସଙ୍ଗ୍ ‘ସୁନ୍ ୟୁ ୱିଲ୍ ଗେଟ୍ ବେଟର୍…’ ରଚନା କରିଥିଲେ । ଏହି ଗୀତ ମଧ୍ୟ ‘ଲଭର୍’ ଆଲବମରେ ସାମିଲ୍ ହୋଇଛି ।