୨୦୦କୋଟି କ୍ଲବରେ ସାମିଲ ହେଲା ‘ଟୋଟାଲ୍ ଧମାଲ୍’

ଏକାଧିକ ବଲିଉଡ୍ ତାରକାଙ୍କ ଦ୍ୱାରା ସଜ୍ଜିତ କମେଡ଼ି ଫିଲ୍ମ ତା’ର ଟାଇଟଲ୍ ଅନୁଯାୟୀ ବକ୍ସ ଅଫିସ୍ ବ୍ୟବସାୟ କ୍ଷେତ୍ରରେ ଧମାଲ୍ କରି ଦେଖାଇଛି । ଫିଲ୍ମ ରିଲିଜ୍ ହେବାର ପ୍ରାୟ ୩ ସପ୍ତାହ ବିତିଯାଇଥିଲେ ମଧ୍ୟ ବ୍ୟବସାୟ କ୍ଷେତ୍ରରେ ପୂର୍ଣ୍ଣଛେଦ ଲାଗିନାହିଁ । ଟ୍ରେଡ୍ ଆନାଲିଷ୍ଟ୍ ତରଣ ଆଦର୍ଶଙ୍କ ସୂଚନା ଅନୁଯାୟୀ ଏବେ ପର୍ଯ୍ୟନ୍ତ ଫିଲ୍ମର ବକ୍ସ ଅଫିସ୍ କଲେକ୍ସନ୍ ହେଉଛି ୧୪୪. ୬୬କୋଟି ଟଙ୍କା । ଏହା ବ୍ୟତୀତ ଓଭରସିଜ୍ ମାର୍କେଟ୍ରେ ଏହାର ବ୍ୟବସାୟ ୪୩ କୋଟି ୩୨ ଲକ୍ଷ ବୋଲି ଜଣାପଡ଼ିଛି ।

ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ମୋଟ ଭାବରେ ଏହି ଫିଲ୍ମ ୨୦୦କୋଟି ଫିଲ୍ମ କ୍ଲବରେ ସାମିଲ୍ ହେବାର ସୌଭାଗ୍ୟ ଅର୍ଜନ କରିଛି । ଏହା ସହିତ ଚଳିତବର୍ଷ ୨୦୦କୋଟିର ବ୍ୟବସାୟ କରିଥିବା ପ୍ରଥମ ଫିଲ୍ମ ଭାବେ ‘ଟୋଟାଲ୍ ଧମାଲ୍’ ରେକର୍ଡ଼ କରିଛି । ଦ୍ୱିତୀୟ ସ୍ଥାନରେ ରହିଛି ‘ଉରି’ । ଇନ୍ଦ୍ରକୁମାରଙ୍କ ନିର୍ଦ୍ଦେଶିତ ‘ଟୋଟାଲ୍ ଧମାଲ୍’ରେ ଅନସ୍କ୍ରୀନର ସୁପର୍ହିଟ୍ ଯୋଡ଼ି ଅନିଲ୍ କପୁର୍ ଓ ମାଧୁରିଙ୍କ ସହିତ ଅଜୟ ଦେବଗନ୍, ରିତେଶ୍ ଦେଶ୍ମୁଖ୍, ଅରଶଦ୍ ୱାରସି, ଜାଭେଦ୍ ଜାଫ୍ରି, ଜନି ଲିଭର୍ ଓ ଅଜୟ ମିଶ୍ରା ସ୍କ୍ରୀନ୍ ସେୟାର୍ କରିଛନ୍ତି । ତେଣୁ ଏଭଳି ଏକ ମଲଟିଷ୍ଟାରର୍ ଫିଲ୍ମ ପ୍ରତି ଦର୍ଶକଙ୍କ କ୍ରେଜି ବଢିଚାଲିଛି ଏବଂ ଏହାକୁ ଲକ୍ଷ୍ୟ ରଖି ଫିଲ୍ମ ଟ୍ରେଡ୍ ବିଶେଷଜ୍ଞମାନେ ଅନୁମାନ କରିଛନ୍ତି ଯେ ଆଗାମୀ ଦିନରେ ଏହାର ବ୍ୟବସାୟରେ ଆହୁରି ବୃଦ୍ଧି ହୋଇପାରେ ।

Leave a Reply

Your email address will not be published.