‘ଟୋଟାଲ୍ ଧମାଲ୍’ର ଭୋଜପୁରୀ ଟ୍ରେଲର୍
ମାଧୁରୀ ଦିକ୍ଷିତ, ଅନିଲ୍ କପୁର୍, ଅଜୟ ଦେବଗନ୍ ଓ ରିତେଶ୍ ଦେଶମୁଖ୍ ଷ୍ଟାରର୍ ‘ଟୋଟାଲ୍ ଧମାଲ୍’ ଖୁବ୍ଶୀଘ୍ର ସିନେମାଘରକୁ ଆସିବ । ଗତ ମାସରେ ଏହାର ହିନ୍ଦୀ ଟ୍ରେଲର୍ ରିଲିଜ୍ କରାଯାଇଥିଲାବେଳେ ଏବେ ଏହାର ଭୋଜପୁରୀ ଟ୍ରେଲର୍ ରିଲିଜ୍ ହୋଇଛି । ଫକ୍ସଷ୍ଟାର୍ ହିନ୍ଦୀ ନିଜର ଅଫିସିଆଲ୍ ୟୁଟୁବ୍ ଚ୍ୟାନେଲ୍ ମାଧ୍ୟମରେ ଭୋଜପୁରୀ ଟ୍ରେଲର୍ ସେୟାର୍ କରିଛନ୍ତି । ଏଥିରେ ପ୍ରତ୍ୟେକ କଳାକାର ଭୋଜପୁରୀ କହୁଥିବାର ଦେଖିବାକୁ ମିଳିଛି ।
ଟ୍ରେଲରର କ୍ୟାପସନରେ ଲେଖାଯାଇଛି ‘ଆପଣ ମଧ୍ୟ ଏହି ପାଗଳାମୀରେ ସାମିଲ୍ ହୋଇଯାଆନ୍ତୁ’ । ଏହା ଦର୍ଶକଙ୍କୁ ହସାଇ ହସାଇ ବେଦମ୍ କରୁଥିବାବେଳେ ସିନେପ୍ରେମୀ ଫିଲ୍ମ ରିଲିଜ୍କୁ ଅପେକ୍ଷା କରି ବସିଛନ୍ତି । ଅର୍ଶଦ୍ ୱାର୍ସି ଓ ଜାଭେଦ୍ ଜାଫ୍ରୀ ମଧ୍ୟ ଭିନ୍ନ ଭୂମିକାରେ ପରଦା ଉପରକୁ ଆସିବେ । ଆସନ୍ତା ୨୨ ତାରିଖରେ ‘ଟୋଟାଲ୍ ଧମାଲ୍’ ବକ୍ସ ଅଫିସ୍ରେ ମଧ୍ୟ ଟୋଟାଲ୍ ଧମାଲ୍ କରିବ ବୋଲି ଫିଲ୍ମ ସମୀକ୍ଷକମାନେ ଭବିଷ୍ୟତବାଣୀ ଶୁଣାଇଛନ୍ତି ।