୮ ଓ ୯ ଓଡ଼ିଶା ବନ୍ଦ: ଶ୍ରମିକ ସଂଗଠନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ
ଭୁବନେଶ୍ଵର, (ଓଟି): ବିଭିନ୍ନ ଶ୍ରମିକ ସଂଗଠନ ଦ୍ଵାରା ପ୍ରସ୍ତାବିତ ସର୍ବଭାରତୀୟ ସାଧାରଣ ହରତାଳକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। ଏହାଦ୍ଵାରା ଆସନ୍ତା ୮ ଓ ୯ ତାରିଖରେ ସାରା ଓଡ଼ିଶାର ଜୀବନଯାତ୍ରା ବ୍ୟାହତ ହେବା ଆଶଙ୍କା ରହିଛି।
ଆଇଏନ୍ଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ୍, ସିଟୁ, ଏଆଇୟୁଟିୟୁସି, ଏ ଆଇ ସିସିଟିୟୁର ରାଜ୍ୟ ନେତୃତ୍ଵ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ଦାବି ଏବଂ ଉଦ୍ଦେଶ୍ୟ ବିଷୟରେ ବଣ୍ଣନା କରିଥିଲେ। କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଜାତୀୟତା ବିରୋଧୀ ନୀତିର ପ୍ରତିବାଦ କରି ଏହି ଡାକରା ଦିଆଯାଇଛି।
ଏହା ପୂବ;ରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ। ଏଣୁ ସାରା ଓଡ଼ିଶା ସମ୍ପୂଣ୍ର୍ଣ ଭାବେ ଦୁଇଦିନ ବନ୍ଦ ହେବା ଆଶଙ୍କା ରହିଛି।