ଟୁଥ୍ପେଷ୍ଟ ଦ୍ୱାରା କରନ୍ତୁ ବ୍ରଣର ଉପଚାର
ବ୍ରଣ ଓ ବ୍ରଣର ଦାଗ ମୁହଁର ସୌନ୍ଦର୍ଯ୍ୟ ନଷ୍ଠ କରିଥାଏ । ଝିଅ ହୁଅନ୍ତୁ ବା ପୁଅ, ଏହାକୁ ଦୂର କରିବା ପାଇଁ ସମସ୍ତେ ଅନେକ କିଛି ଉପାୟ ଆପଣାଇଥାନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସାଧାରଣ ଟୁଥ୍ପେଷ୍ଟ ଦ୍ୱାରା ବ୍ରଣର ଉପଚାର ସମ୍ଭବ । ତାହେଲେ ଆସନ୍ତୁ ଜାଣିବା କିପରି କରିବେ ଟୁଥ୍ପେଷ୍ଟର ବ୍ୟବହାର-
ପ୍ରଥମେ ସକାଳୁ ଉଠିବା ପରେ କିମ୍ବା ସନ୍ଧ୍ୟା ସମୟରେ କୌଣସି ଏକ ଭଲ ଫେଶ୍ୱାସ୍ ଦ୍ୱାରା ଚେହେରାକୁ ସଫା କରନ୍ତୁ। ଏହାପରେ ହାଲ୍କା ଭାବେ ମୁହଁକୁ ପୋଛି ହାତରେ ଅଳ୍ପ ଟୁଥ୍ପେଷ୍ଟ୍ ନେଇ ବ୍ରଣ ଉପରେ ଲଗାନ୍ତୁ ।
ଟୁଥ୍ପେଷ୍ଟକୁ ଭଲ ଭାବେ ଶୁଖିବାକୁ ଦିଅନ୍ତୁ । ଶୁଖିବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇଦିଅନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଜେଲ୍ ଟାଇପ୍ ଟୁଥ୍ପେଷ୍ଟ୍ କିମ୍ବା ଫ୍ଲେବର୍ ଯୁକ୍ତ ଟୁଥ୍ପେଷ୍ଟ ବ୍ୟବହାର କରନ୍ତୁ ନାହିଁ । ଏହା ବ୍ରଣ ସମସ୍ୟାକୁ ଆହୁରି ଅଧିକ ବଢ଼ାଇଥାଏ । ତେଣୁ କେବଳ ଧଳା ରଙ୍ଗର ସାଧାରଣ ଟୁଥ୍ପେଷ୍ଟ୍ ବ୍ୟବହାର କରନ୍ତୁ । ୧ ମାସ ଏଭଳି କରନ୍ତୁ, ବ୍ରଣ ସମସ୍ୟା ଧୀରେ ଧୀରେ କମିଯିବ ।