ମମତାଙ୍କ ପାର୍ଟିରୁ କଂଗ୍ରେସ ହଟିଲା : ଏବେ କେବଳ ତୃଣମୂଳ

ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସରୁ ଇସ୍ତଫା ଦେଇ ଅଲଗା ହେବାର ୨୧ବର୍ଷ ପରେ ମମତା ବାନାର୍ଜୀଙ୍କ ପାର୍ଟିରୁ କଂଗ୍ରେସ ଶବ୍ଦ ହଟିବା ସହିତ ନୂଆ ଲୋଗୋ ଜାରୀ ହୋଇଛି। ନୂଆ ଲୋଗୋରେ ସବୁଜ ରଙ୍ଗରେ ତୃଣମୂଳ ଲେଖା ହୋଇଛି। ଲୋଗୋରେ ଦୁଇଟି ଫୁଲ ସହିତ ପ୍ରଛଦରେ ଆକାଶୀ ରଙ୍ଗ ରହିଛି। ବିଗତ ଏକ ସପ୍ତାହ ହେଲା ଏହି ନୂଆ ଲୋଗୋକୁ ଦଳ ପକ୍ଷରୁ ବ୍ୟବହାର କରାଗଲାଣି।

୧୯୯୮ ମସିହାରେ ମମତା ବାନାର୍ଜୀ କଂଗ୍ରେସରୁ ଅଲଗା ହୋଇଥିଲେ। ପଶ୍ଚିମବଙ୍ଗରେ କ୍ଷମତାସୀନ ସିପିଏମ ସରକାର ସହିତ ମତଭେଦ ହେବା କାରଣରୁ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ନାମରେ ନୂଆ ପାର୍ଟି ଗଠନ କରିଥିଲେ। ପାର୍ଟି ଗଠନ ହେବାର ୨୧ବର୍ଷ ପରେ ତୃଣମୂଳ କଂଗ୍ରେସ ଏବେ ତୃଣମୂଳ ହୋଇଛି। ବର୍ତ୍ତମାନର ସମୟ ପରିବର୍ତ୍ତନର ସମୟ ବୋଲି ପାର୍ଟିର ଜରେ ନେତା କହିଛନ୍ତି।

ତୃଣମୂଳ ପକ୍ଷରୁ ତାର ପାର୍ଟି ବ୍ୟାନର, ପୋଷ୍ଟରରୁ କଂଗ୍ରେସ ଶବ୍ଦକୁ ହଟାଇ ଦେଇଛି। କିନ୍ତୁ ନିର୍ବଚନ କମିଶନଙ୍କ କାଗଜ କଲମରେ ପାର୍ଟିର ନାମ ତୃଣମୂଳ କଂଗ୍ରେସ ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ପାର୍ଟିର ଫେସବୁକ, ଟ୍ୱିଟର, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାଙ୍କ ପୁୁତୁରା ଅଭିଷେକ ବାନାର୍ଜୀ ଓ ସାଂସଦ ଡେରେକ ଓବ୍ରାୟେନ ନିଜ ସୋସାଲ ମିଡିଆରେ ନୂଆ ଲୋଗୋ ବ୍ୟବହାର କରିଛନ୍ତି।

Leave a Reply