ମୋରାଟୋରିଅମ ବିକଳ୍ପ ଚୟନ କରିବା ବେଳେ କ’ଣସବୁ ଧ୍ୟାନରେ ରଖିବେ ଜାଣନ୍ତୁ
ଭୁବନେଶ୍ୱର, (ଓଡ଼ିଶାଟାଇମ୍): କରୋନା ଭୂତାଣୁ ବ୍ୟାପିବା ଆମ ଜୀବନକୁ ପ୍ରଭାବିତ କରିଛି । ଲକ୍ ଡାଉନ୍ ଯୋଗୁଁ ନଗଦ ଅର୍ଥ ପ୍ରଭାବ ବ୍ୟାହତ ହୋଇଥିବା ଅନେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କୁ ସାହାଯ୍ୟ କରିବା ଲାଗି ମୋରାଟୋରିଅମ (ଇଏମଆଇ ସ୍ଥଗିତ ରଖିବା) ସୁବିଧା ପ୍ରଦାନ କରିଛନ୍ତି । ମାତ୍ର, ଏଠାରେ ଏହା ପରାମର୍ଶ ଦିଆଯାଉଛି ଯେ ଯେଉଁ ଗ୍ରାହକମାନେ କୋଭିଡ୍-୧୯ ବ୍ୟାପିବା ଦ୍ୱାରା ପ୍ରଭାବିତ ହୋଇନାହାନ୍ତି ସେମାନେ ନିୟମିତ ଭାବେ ଇଏମ୍ଆଇ ଦାଖଲ କରନ୍ତୁ କାରଣ କିସ୍ତି ସ୍ଥଗିତ ରଖିଲେ ତାହା ଉପରେ ସୁଧ ଗଣିବାକୁ ହେବ । ଯେହେତୁ ଅଧିକାଂଶ ଗ୍ରାହକମାନେ ସେମାନଙ୍କ ବ୍ୟାଙ୍କର ଇଟଂରନେଟ୍ ବ୍ୟାଙ୍କିଙ୍ଗ ସାଇଟ୍କୁ ବ୍ୟବହାର କରି ସ୍ଥଗିତ ବିକଳ୍ପ ଚୟନ କରିଛନ୍ତି, କିଛି ନୂଆ ପ୍ରକାରର ଠକ ଅଧିକ ସମୟ କାର୍ଯ୍ୟ କରି ଅଣସନ୍ଦେହଜନକ ଗ୍ରାହକମାନଙ୍କୁ ଠକିବାକୁ ଉଦ୍ୟମ କରୁଛନ୍ତି ।
କେତେକ ମାମଲାରେ, ବ୍ୟାଙ୍କ ଦ୍ୱାରା ଘୋଷଣା କରାଯାଇଥିବା ମୋରାଟୋରିଅମ୍କୁ ହାସଲ କରିବା ପାଇଁ ଠକମାନେ ଗ୍ରାହକମାନଙ୍କୁ କଲ କରି ଓଟିପି ମାଗୁଛନ୍ତି । ଥରେ ଗ୍ରାହକ ଓଟିପି ଦେଇଦେଲେ ଠକ ତୁରନ୍ତ ତାଙ୍କ ଖାତାରେ ଥିବା ଟଙ୍କା ହଡ଼ପ କରିନେଉଛନ୍ତି ।
ସଚେତନତା ସୃଷ୍ଟି କରିବା ଓ ଗ୍ରାହକମାନଙ୍କୁ ଏଭଳି ଠକଙ୍କ ଠାରୁ ସୁରକ୍ଷା ପ୍ରଦାନ କରିବା ଲାଗି ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ସୁରକ୍ଷିତ ବ୍ୟାଙ୍କ କାରବାର ନିର୍ଦେଶାବଳୀ ଜାରି କରାଯାଇଛି ଯେଉଁଥିରେ ରହିଛି ସୁରକ୍ଷା ପରାମର୍ଶ (ଟିପସ୍) ଯାହାକୁ ଗ୍ରାହକମାନେ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଜରିଆରେ କାରବାର କରିବା ବେଳେ ଧ୍ୟାନରେ ରଖିବେ ।
୧. ଇଏମ୍ଆଇ ମୋରାଟୋରିଅମ୍ ହାସଲ କରିବା ଲାଗି ଓଟିପି ଦିଅନ୍ତୁ ନାହିଁ: ଇଏମ୍ଆଇ କିମ୍ବା ସୁଧ ସ୍ଥଗିତ ରଖିବା (ମୋରାଟୋରିଅମ୍) ପାଇଁ ଆପଣଙ୍କ ବ୍ୟାଙ୍କ କେବେବି ଆପଣଙ୍କୁ କଲ୍ କରି କିମ୍ବା ଇ-ମେଲ୍ ପଠାଇ ଓଟିପି ବିବରଣୀ ମାଗିବ ନାହିଁ । କେବେବି ଓଟିପି, ଡେବିଟ/କ୍ରେଡିଟ କାର୍ଡ ନମ୍ବର, ସିଭିଭି ନମ୍ବର, ନେଟ ବ୍ୟାଙ୍କିଙ୍ଗ/ମୋବାଇଲ ବ୍ୟାଙ୍କିଙ୍ଗ ପାସୱାର୍ଡ, ଗ୍ରାହକ ଆଇଡି, ୟୁପିଆଇ ପିନ ଆଦି ଗୋପନୀୟ ଓ ବ୍ୟକ୍ତିଗତ ତଥ୍ୟ ଆଦିକୁ ଯାଂଚ କାହାରିକୁ, ଏଭଳିକି ବ୍ୟାଙ୍କ କର୍ମଚାରୀମାନଙ୍କୁ ମଧ୍ୟ ଦିଅନ୍ତୁ ନାହିଁ ।
୨. ନିଜର ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଆପ୍ରେ “ଅଟୋ ସେଭ୍” ଓ “ଅଟୋ କଂପ୍ଲିଟ୍” ବ୍ୟବସ୍ଥାକୁ ଅଚଳ କରନ୍ତୁ । ମୋବାଇଲ୍ ବ୍ୟାଙ୍କିଙ୍ଗ୍ କିମ୍ବା ଇଟଂରନେଟ୍ ବ୍ୟାଙ୍କିଙ୍ଗ କାରବାର ପାଇଁ କେବେବି ଅଟୋ ଫିଲ୍ କିମ୍ବା ସେଭ୍ ୟୁଜର୍ ଆଇଡି କିମ୍ବା ପାସ୍ୱାର୍ଡ ବ୍ୟବସ୍ଥା ସକ୍ରିୟ କରନ୍ତୁ ନାହିଁ । ଯଦିଓ ତାହା ସୁବିଧାଜନକ, କିନ୍ତୁ ବିପଦପୂର୍ଣ୍ଣ ମଧ୍ୟ ହୋଇପାରେ ।
୩. ଫିସିଙ୍ଗ୍ ଟେକ୍ସଟ୍ର ଉତର ଦିଅନ୍ତୁ ନାହିଁ: ଅଜଣା ଉତ୍ସରୁ ଆସିଥିବା ୟ୍ରୁଆରଏଲ୍କୁ ଖୋଲନ୍ତୁ ନାହିଁ କିମ୍ବା ଇ-ମେଲ୍ କିମ୍ବା ଟେକ୍ସଟ୍ ମେସେଜ୍ ଜରିଆରେ ବ୍ୟକ୍ତିଗତ ସୂଚନା କିମ୍ବା ଅନଲାଇନ୍ ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ କାରଣ ତାହାକୁ ପରିଚୟ ଚୋରି କରିବା ଲାଗି ବ୍ୟବହାର କରାଯାଇପାରେ ।
୪. ଯାଂଚ କଲ୍କୁ ସାବଧାନ: କଲ୍ କରୁଥିବା ବ୍ୟକ୍ତି ସର୍ବଦା ବ୍ୟାଙ୍କର ପ୍ରତିନିଧି କିମ୍ବା ବ୍ୟାଙ୍କର ବୈଷୟିକ ଟିମ୍ର ପ୍ରତିନିଧି ବୋଲି ନିଜକୁ ପରିଚୟ ଦିଅନ୍ତି । ସୁରକ୍ଷାର ମିଥ୍ୟା ପ୍ରତିଶ୍ରୁତି ଦେବା ପରେ କଲ କରିଥିବା ବ୍ୟକ୍ତି ଠକିବାକୁ ଚାହୁଥିବା ଲୋକଙ୍କ ଠାରୁ ବ୍ୟକ୍ତିଗତ ଓ ଗୋପନୀୟ ତଥ୍ୟ ହାତେଇ ନିଅନ୍ତି । ଯେତେବେଳେ ବି ମନରେ ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି ବ୍ୟାଙ୍କ କିମ୍ବା ଆର୍ଥିକ ସେବା ପ୍ରଦାନକାରୀ ସଂସ୍ଥାକୁ କଲ୍ କରି ନିଜ ବ୍ୟାଙ୍କ କିମ୍ବା ଆସିଥିବା କଲ୍ ସଂପର୍କରେ ପଚାରନ୍ତୁ ।
୫. ଖାତାର ଯାଂଚ କରନ୍ତୁ: ଆର୍ଥିକ ସ୍ୱାସ୍ଥ୍ୟ ବିଷୟରେ ଜାଣିବା ମଧ୍ୟ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ନିଜ ଟଙ୍କା ବିଷୟରେ ଜାଣିବା ଲାଗି ନିୟମିତ ଭାବେ ବ୍ୟାଙ୍କ ଖାତା ଯାଂଚ କରନ୍ତୁ । ପ୍ରତି ଥର କାରବାର କରିବା ବେଳେ ସବୁ ବେଳେ ପଛକୁ ଯାଇ ବାଲାନ୍ସ ଯାଂଚ କରନ୍ତୁ ଯଦ୍ୱାରା ପ୍ରକୃତରେ କେତେ ଟଙ୍କା ପ୍ରଦାନ କଲେ କିମ୍ବା ଗ୍ରହଣ କଲେ ତାହା ଜାଣିପାରିବେ । ଯଦି କୌଣସି ବୈଷମ୍ୟ ଦେଖାଦିଏ ତେବେ ତୁରନ୍ତ ନିଜର ବ୍ୟାଙ୍କକୁ ଯୋଗାଯୋଗ କରନ୍ତୁ ।
୬. ନୋଟିଫିକେସନ୍କୁ ଅନ୍ କରନ୍ତୁ: ନିଜ ବ୍ୟାଙ୍କର ଏସ୍ଏମ୍ଏସ୍ ଓ ଇମେଲ୍କୁ ଅନ୍ କରି ରଖନ୍ତୁ । ଆପଣ ଯେଉଁ ସବୁ କାରବାର କରୁଛନ୍ତି ତାହାର ସୂଚନା ଏହା ପ୍ରଦାନ କରିବ । ଏହା ଜରିଆରେ ଆପଣ ଠକ କାରବାରକୁ ଚିହ୍ନଟ କରିପାରିବେ ଏବଂ ଠିକ୍ ସମୟରେ ନିଜ ବ୍ୟାଙ୍କକୁ ଜଣାଇପାରିବେ ।
୭. ୟୁପିଆଇ କାରବାର କରିବା ବେଳେ ସୁରକ୍ଷା ପଦକ୍ଷେପ: ସୁରକ୍ଷିତ ଏବଂ ସହଜ ବ୍ୟାଙ୍କିଙ୍ଗ କାରବାର କରିବା ପାଇଁ ଏନପିସିଆଇ ପକ୍ଷରୁ ୟୁପିଆଇ ପେମେଂଟ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ନିରବଚ୍ଛିନ୍ନ ଭାବେ ଅନେକ ପ୍ରକାର ବ୍ୟାଙ୍କ ସେବା, ପାଣ୍ଠି ନେଣଦେଣ, ସଂଗ୍ରହ ଅନୁରୋଧ ଏବଂ ପେମେଂଟ୍ ଅନୁରୋଧ କାର୍ଯ୍ୟ ହୋଇପାରିବ । କାରବାର କରିବା ବେଳେ ଗ୍ରାହକ ଜଣକ ଜାଣିବା ଦରକାର ଯେ କେବଳ ପେମେଂଟ୍ କରିବା ବେଳେ ପିନ୍ ଦରକାର ହୁଏ, ଅର୍ଥ ଗ୍ରହଣ କରିବା ବେଳେ ଦରକାର ହୁଏନାହିଁ । ସେ ସ୍କ୍ରିନ୍ ସେୟାର ଆପ୍କୁ ନିସ୍କ୍ରିୟ କରିବା ଦରକାର ଏବଂ କେବେବି ପିନ, କାର୍ଡ କିମ୍ବା ଓଟିପି ବିବରଣୀ କାହାକୁ ଦେବା ଅନୁଚିତ । କେବଳ ବିଶ୍ୱାସନୀୟ ଆପ୍କୁ ଡାଉନଲୋଡ୍ କରିବା ଦରକାର ଏବଂ ଏମ୍-ପିନ୍କୁ ଏଟିଏମ୍ର ପିନ୍ ଭାବେ ବ୍ୟବହାର କରନ୍ତୁ ଓ ତାହାକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ନିଜକୁ ସୁରକ୍ଷିତରଖିବା ଲାଗି ପେମେଂଟ୍ ଆପ୍କୁ ଲକ୍ କରି ରଖିବା ଦରକାର । ସ୍କ୍ରିନ୍ରେ ଆସୁଥିବା ବାର୍ତାକୁ ଅତି ଯତ୍ନର ସହିତ ଦେଖନ୍ତୁ ଏବଂ ୟୁପିଆଇ ଆପ୍ରେ ଆସିଥିବା ଅର୍ଥ ଅନୁରୋଧ ଅବାଞ୍ଛିତ ଭାବେ କେହି ପଠାଇଛନ୍ତି କି ନା ନାହିଁ ତାହା ଜାଣନ୍ତୁ । ଯଦି ତାହା ସନ୍ଦେହଜନକ ଠକାମି ତେବେ ସିଧାସଳଖ କାରବାରକୁ କାଟି ଦିଅନ୍ତୁ ।
ଶେଷରେ ଏକ ପ୍ରଭାବଶାଳୀ ମୋବାଇଲ୍ ଆଂଟି ମାଲ୍ୱାର/ଆଂଟି ଭାଇରସ୍ ସଫ୍ଟଓୟାର ନିଜ ଫୋନ୍ରେ ଇନଷ୍ଟଲ୍ କରନ୍ତୁ ଏବଂ ତାହାକୁ ଅପ୍ଡେଟ୍ ରଖନ୍ତୁ । ସୁରକ୍ଷିତ ରୁହନ୍ତୁ । ସୁରକ୍ଷିତ ଭାବେ ବ୍ୟାଙ୍କ କାରବାର କରନ୍ତୁ!