ଧ୍ୟାନ କରନ୍ତୁ ସୁସ୍ଥ ରୁହନ୍ତୁ, ଧ୍ୟାନ କରିବା ପାଇଁ ପ୍ରାଥମିକ ସ୍ତରରେ କିଛି ଟିପ୍ସ
ବିନା କୌଣସି ଔଷଧରେ ସମସ୍ତ ରୋଗକୁ ଭଲ କରିବାର ଏକମାତ୍ର ଉପାୟ ହେଉଛି ଧ୍ୟାନ । ଶାରୀରିକ ଓ ମାନସିକ ଅସୁସ୍ଥତାକୁ କମାଇବାରେ ଧ୍ୟାନ ଅଧିକ ଲାଭପ୍ରଦ । ଧ୍ୟାନ ରକ୍ତଚାପକୁ ସଠିକ୍ କରେ ଯାହା ଦ୍ୱାରା ହୃଦ୍ରୋଗ ଆଶଙ୍କା ଅନେକ ପରିମାଣରେ କମିଯାଇଥାଏ । ନିଦ୍ରାହିନତା ଧ୍ୟାନ ଦ୍ୱାରା ଦୂର ହୋଇଥାଏ । ସ୍ମୃତିଶକ୍ତିକୁ ବଢ଼ାଇବା ସହ ବୟସ ଅନୁସାରେ ହେଉଥିବା ସ୍ମୃତିହ୍ରାସକୁ ରୋକିଥାଏ । ଧ୍ୟାନ ଦ୍ୱାରା ଅବସାଦ ଓ ଉଦ୍ବେଗକୁ ନିୟନ୍ତ୍ରଣ କରାଯାଇପାରେ । ଧ୍ୟାନ ଆପଣଙ୍କର ରୋଗ ପ୍ରତିରୋଧ ଶକ୍ତିକୁ ବଢ଼ାଇଥାଏ, ଯାହାଦ୍ୱାରା ଆପଣ ସବୁପ୍ରକାର ରୋଗରୁ ମୁକ୍ତି ପାଇଥାନ୍ତି । କିନ୍ତୁି ଧ୍ୟାନ କରିବା ଏକ କଷ୍ଟକର ବିଷୟ ବୋଲି ଅଧିକାଂଶ ବ୍ୟକ୍ତି ଧରିନେଇଥାନ୍ତି, ଯାହା ସମ୍ପୂର୍ଣ୍ଣ ଭାବେ ଭୁଲ୍ ଧାରଣା । ମାତ୍ର ୩ଟି ସରଳ ଟିପ୍ସ ଆପଣାଇ ଧ୍ୟାନର ପ୍ରାଥମିକ ସ୍ତରକୁ ଆପଣ ଯାଇପାରିବେ । ତେବେ ଆସନ୍ତୁ ଜାଣିବା –
୧- ଯେକୌଣସି ମୁହୂର୍ତ୍ତ ଓ ଯେ କୌଣସି ସ୍ଥାନରେ ଧ୍ୟାନ କରାଯାଇପାରେ । ପ୍ରାଥମିକ ସ୍ତରରେ କେବଳ ୫ ମିନିଟ୍ ଧ୍ୟାନରେ ବସନ୍ତୁ ।
୨- ଧ୍ୟାନ ସମୟରେ କେବଳ ନିଜର ଶ୍ୱାସ ଉପରେ ନଜର ଦିଅନ୍ତୁ । ନେବା ସମୟକୁ ୪ ସେକେଣ୍ଡ୍ ଏବଂ ଛାଡ଼ିବା ସମୟକୁ ୬-୮ ସେକେଣ୍ଡ୍ କରନ୍ତୁ । ଏହା ଆପଣଙ୍କୁ ସମସ୍ତ ପ୍ରକାର ଶାରିରୀକ ଓ ମାନସିକ ରୋଗରୁ ମୁକ୍ତ କରିବ ।
୩- ଧ୍ୟାନ ସମୟରେ ଆପଣ ଅତୀତର କୌଣସି ଭଲ ମୁହୂର୍ତ୍ତ କିମ୍ବା ସଫଳତାକୁ ମନେ ପକାନ୍ତୁ । ତାହାକୁ ହିଁ ବାରମ୍ବାର ଧ୍ୟାନରେ ଆଣନ୍ତୁ ।