ବଦଳିଲା ବିଧାନସଭା ସମୟ ସାରଣୀ, ଚଳିତ ଅଧିବେଶନରେ ୫ ଘଣ୍ଟା ଚାଲିବ ଗୃହ

ଭୁବନେଶ୍ବର, (ଓଡିଶା ଟାଇମ୍) :ବଦଳିଲା ବିଧାନସଭାର ସମୟ ସାରଣୀ । ଚଳିତ ଅଧିବେଶନରେ ୫ ଘଣ୍ଟା ଚାଲିବ ଗୃହ। ବିଧାନସଭାର ସର୍ବଦଳୀୟ ବୈଠକରେ ନିଆଯାଇଛି ଏଭଳି ନିଷ୍ପତ୍ତି । ବିଧାନସଭା ମୁଳତବୀ ଆଲୋଚନା ସମୟ ଦେଢ଼ ଘଣ୍ଟାକୁ ବୃଦ୍ଧି କରାଯାଇଛି। ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ୪ ଘଣ୍ଟା ୩୦ମିନିଟ୍ ଚାଲିବ । ପ୍ରଥମାର୍ଦ୍ଧରେ ୧୦ଟା ୩୦ମିନିଟରୁ ୧ଟା ୩୦ମିନିଟ୍, ଦ୍ବିତୀୟାର୍ଦ୍ଧରେ ୪ଟାରୁ ୬ଟା ପର୍ଯ୍ୟନ୍ତ ଚାଲିବ।

ପ୍ରଶ୍ନକାଳ ଘଣ୍ଟାଏ, ଶୂନ୍ୟକାଳ ଘଣ୍ଟାଏ, ମୁଲତବୀ ଦେଢ଼ଘଣ୍ଟା ଚାଲିବା ପାଇଁ ନିଷ୍ପତ୍ତି । ଯେଉଁଦିନ ସେସନର ସ୍ପେଶାଲ ଦିନ ସେହି ଦିନ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ। ତେବେ ପୂର୍ବରୁ ଦ୍ବିତୀୟ ପର୍ଯ୍ୟାୟ ୩ଟାରୁ ୫ଟା ଥିଲା । ବିଧାନସଭାର ସବୁ ତଥ୍ୟ ନେଭା ଆପ ଜରିଆରେ ମିଳିବ। ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *