ଟାଇମ୍ସ ନାଓ-ଭିଏମ୍‌ଆର ଜନମତ ସର୍ଭେ : ବିଜେପି-କଂଗ୍ରେସକୁ ଝଟକା

୨୦୧୯ ଲୋକସଭା ନିର୍ବାଚନରେ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ ଏବଂ ଝୁଲା ଲୋକସଭା ସୃଷ୍ଟି ହେବ। ଉତ୍ତରପ୍ରଦେଶରେ ଏନ୍‌ଡିଏକୁ ବଡ଼ କ୍ଷତି ସହିବାକୁ ହେବ। ଟାଇମ୍ସ ନାଓ-ଭିଏମ୍‌ଆର ଜନମତ ସର୍ଭେ ଅନୁଯାୟୀ ୨୦୧୪ ନିର୍ବାଚନରେ ଏନ୍‌ଡିଏ ୭୪ଟି ଆସନ ୟୁପିରେ ଜିତିଥିବା ବେଳେ ଏଥର ୨୭ ଆସନ ପାଇବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି। ୟୁପିରେ ଏସ୍‌ପି-ବିଏସ୍‌ପି ମେଣ୍ଟ ୫୧ଟି ଆସନ ପାଇବ। ଦେଶର ୫୪୩ଟି ଆସନରେ ଏହି ସର୍ଭେ ହୋଇଥିବା ବେଳେ ଏନ୍‌ଡିଏ ୨୫୨ ଏବଂ ୟୁପିଏ ୧୪୭ ଆସନ ପାଇବ ବୋଲି ଅନୁମାନ କରାଯାଇଛି। ଅନ୍ୟମାନଙ୍କୁ ୧୪୪ ଆସନ ମିଳିବ ବୋଲି କୁହାଯାଇଛି। ଓଡ଼ିଶାରେ ୨୧ଟି ଲୋକସଭା ଆସନରୁ ଏନ୍‌ଡିଏ ୧୩ଟି ଏବଂ ବିଜେଡିକୁ ୮ଟି ଆସନ ମିଳିବ ବୋଲି ସର୍ଭେ ଦର୍ଶାଇଛି।

ଟାଇମ୍ସ ନାଓ-ଭିଏମ୍‌ଆର ଜନମତ ସର୍ଭେ ଅନୁଯାୟୀ ଝା‌ଡ଼ଖଣ୍ଡରେ ୟୁପିଏକୁ ୮, ଏନ୍‌ଡିଏକୁ ୬ ଆସନ, ବିହାରରେ ୪୦ ଆସନରୁ ଏନ୍‌ଡିଏକୁ ୨୫ ଏବଂ ୟୁପିଏକୁ ୧୫ ଆସନ ମିଳିବ ବୋଲି ସର୍ଭେ ରିପୋର୍ଟରୁ ପ୍ରକାଶ। ପଶ୍ଚିମ ବଙ୍ଗରେ ଟିଏମ୍‌ସି ୩୨, ୟୁପିଏ ୧ ଏବଂ ଏନ୍‌ଡିଏ ୯ଟି ଆସନରେ ବିଜୟୀ ହେବ ବୋଲି ଅନୁମାନ କରାଯାଇଛି। ମହାରାଷ୍ଟ୍ରରେ ୪୮ ଆସନରୁ ଏନ୍‌ଡିଏକୁ ୪୩ ଏବଂ ୟୁପିଏକୁ ୫ଟି ଆସନ, ଆସାମରେ ୧୪ଟି ଆସନରୁ ୟୁପିଏକୁ ୩ ଏବଂ ଏନ୍‌ଡିଏକୁ ୮ଟି ଆସନ ମିଳିବ ବୋଲି କୁହାଯାଇଛି। କର୍ଣ୍ଣାଟକରେ ଉଭୟ ଏନ୍‌ଡିଏ ଏବଂ ୟୁପିଏକୁ ୧୪ଟି ଲେଖାଏଁ ଆସନ, ରାଜସ୍ଥାନରେ ୨୫ ଆସନରୁ ଏନ୍‌ଡିଏକୁ ୧୭ ଏବଂ ୟୁପିଏକୁ ୮ଟି ଆସନ, ଦିଲ୍ଲୀରେ ଏନ୍‌ଡିଏକୁ ୬, ଆପ୍‌କୁ ୧ ଆସନ, ମଧ୍ୟ ପ୍ରଦେଶରେ ୨୯ ଆସନରୁ ଏନ୍‌ଡିଏକୁ ୨୩ଟି ଆସନ ଏବଂ ୟୁପିଏକୁ ୬ ଆସନ ମିଳିବ ବୋଲି ଏହି ସର୍ଭେ ଦର୍ଶାଇଛି।

ସବୁଠାରୁ ବଡ଼ କଥା ହେଉଛି ବାମପନ୍ଥୀଙ୍କ ଗଡ଼ କୁହାଯାଉଥିବା କେରଳରେ ବିଜେପି ଖାତା ଖୋଲିବାକୁ ଯାଉଛି। କେରଳର ୨୦ଟି ଆସନରୁ କଂଗ୍ରେସ ନେତୃତ୍ୱାଧିନ ୟୁଡିଏଫ ୧୬ଟି , ବାମପନ୍ଥୀଙ୍କ ଏଲଡ଼ିଏଫ ୩ଟତ ଓ ବିଜେପି ୧ଟି ଆସନରେ ବିଜୟୀ ହେବ ବୋଲି ସର୍ଭେ ରିପୋର୍ଟରେ କୁହାଯାଇଛି।

ଜମ୍ମୁ କଶ୍ମୀରେ ୬ଟି ଆସନରୁ ଏନସି ୪, ଏନଡିଏ ୧ ଏବଂ ୟୁପିଏ ୧ ଆସରେ ବିଜୟୀହେବା ସମ୍ଭାବନା ରହିଛି। ପଞ୍ଜାବରେ ୧୩ଟି ଆସନରୁ ଏନ୍‌ଡିଏ ଏଠାରେ ଖାତା ମଧ୍ୟ ଖୋଲି ପାରିବ ନାହିଁ। ଆପ୍‌ଏଠାରେ ଗୋଟିଏ ଆସନ ଏବଂ ୟୁପିଏ ୧୨ଟି ଆସନ ପାଇବ ବୋଲି କୁହାଯାଇଛି। ଛତିଶଗଡ଼ରେ ୧୧ ଆସନରୁ ଏନ୍‌ଡିଏ ୫ ଏବଂ ୟୁପିଏ ୬ଟି ଆସନରେ ବିଜୟୀ ହେବ। ଗୁଜରାଟରେ ୨୪ ଆସନରୁ ଏନ୍‌ଡିଏ ୨୪ଟି ଆସନ ପାଇବ ଏବଂ ୟୁପିଏକୁ ୨ଟି ଆସନ ମିଳିବ ବୋଲି କୁହାଯାଇଛି। ଆନ୍ଧ୍ର ପ୍ରଦେଶରେ ୨୫ ଆସନରୁ ୱାଇଏସ୍‌ଆର୍ସିପିକୁ ୨୩ଟି ଆସନ ମିଳିବ ବୋଲି ଅନୁମାନ କରାଯାଇଛି। ତାମିଲନାଡ଼ୁରେ ୩୯ ଆସନରୁ ୟୁପିଏକୁ ୩୫ ଆସନ , ଏଆଇଏଡିଏମ୍‌କେକୁ ୪ ଆସନ ମିଳିବ ବୋଲି କୁହାଯାଇଛି।

ଓଡ଼ିଶାର ୨୧ଟି ଆସନରୁ ବିଜେପି ୧୩ଟି ଆସନ ପାଇବ ବୋଲି ଏହି ସର୍ଭେରେ ପୂର୍ବାନୁମାନ କରାଯାଇଥିବାବେଳେ ଶାସନ କ୍ଷମତାରେ ଥିବା ବିଜେଡ଼ି ୮ଟି ଆସନ ପାଇବ। କଂଗ୍ରେସକୁ କୌଣସି ଆସନ ପାଇବ ନାହିଁ ବୋଲି ଆକଳନ କରାଯାଇଛି।

Leave a Reply

Your email address will not be published.