ବିଜେଡ଼ିରୁ ତିଳୋତ୍ତମାଙ୍କ ଇସ୍ତଫା

ରାଜ୍ୟ ମହିଳା କମିଶନ ସଦସ୍ୟ ତିଳୋତ୍ତମା ନାୟକଙ୍କୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦୁର୍ବ୍ୟବହାର କରିବା ପରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଏହାର ପ୍ରତିବାଦରେ ଆଜି ସେ ବିଜେଡ଼ିରୁ ଇସ୍ତଫା ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲାର ବିଜେଡି ନେତ୍ରୀ ତଥା ମହିଳା କମିଶନ୍ସଦସ୍ୟ ତିଳୋତ୍ତମା ପୂର୍ବରୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ଥିଲେ। ତିଳୋତ୍ତମା କହିଥିଲେ ଯେ, ଗତ ଫେବୃୟାରୀ ୨୫ ତାରିଖରେ ନିର୍ବାଚନ ପ୍ରସଙ୍ଗରେ ପ୍ରଣବଙ୍କୁ ଭେଟିବାକୁ ଯାଇଥିବା ବେଳେ ବବି ତାଙ୍କୁ ବିନା କାରଣରେ ଗାଳିଗୁଲଜ କରିବା ସହ ସେଠାରୁ ବାହାର କରିଦେଇଥିଲେ।

ଯାହାକୁ ନେଇ ସେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବାକୁ ଗଣମାଧ୍ୟମ ସମ୍ମୁଖରେ କହିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ତାଙ୍କୁ ସୁଯୋଗ ମିଳିଲା ନାହିଁ। ଶେଷରେ ଡାକ ଯୋଗେ ଅଭିଯୋଗପତ୍ର ସେ ପଠାଇଥିଲେ। ହେଲେ ଦୁର୍ଭାଗ୍ୟ ଜଣେ ଦଳିତ ମହିଳା ନେତ୍ରୀଙ୍କୁ ଏଭଳି ଅସଦାଚରଣ କରିଥିଲେ ବି ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ମୁହଁ ଖୋଲି ନ ଥିଲେ। ନ୍ୟାୟ ଆଶାରେ ଅନେକ ଦିନ ଅପେକ୍ଷା କରିବା ପରେ ବିଜେଡି ଦଳୀୟ କାର୍ଯ୍ୟାଳୟ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ତରଫରୁ ତାଙ୍କ ପ୍ରତି କୌଣସି ନ୍ୟାୟୋଚିତ ପଦକ୍ଷେପ ନିଆଗଲା ନାହିଁ। ଶେଷରେ ହିତୋତ୍ସାହିତ ହୋଇ ତିଳୋତ୍ତମା ଆଜି ଦଳ ଛାଡିଛନ୍ତି।

Leave a Reply

Your email address will not be published.