ଓଡ଼ିଶାରେ ମିଳୁନି ନିଜାମୁଦ୍ଦିନ୍‌ ସଂକ୍ରମଣ

ଭୁବନେଶ୍ଵର, (ଓଟି): ଦେଶରେ ନିଜାମୁଦ୍ଦିନ ତବଲିଗି ଜମାତ୍‌ ଆତଙ୍କ ଖେଳାଇଥିବାବେଳେ ଓଡ଼ିଶା ସେଥିରୁ ବର୍ତ୍ତି ଯାଇଛି। କେନ୍ଦ୍ର ସରକାରଙ୍କଠାରୁ ଆଦେଶ ପାଇବା ପରେ ରାଜୃ ପୁଳଇସ ନିଜାମ୍ମୁଦ୍ଦିନ ଯାଇଥିବା ଓଡ଼ିଶାର ୨୭ଜଣଙ୍କୁ ଠାବ କରିଥିଲେ। ସେମାନଙ୍କ ଭିତରେ ୭ ଜଣ ବିଦେଶୀ ନାଗରିକ ବି ରହିଥିଲେ। ଏହି ସମସ୍ତଙ୍କୁ ପୃଥକୀକରଣ କରାଯିବା ସହ ସେମାନଙ୍କ ସାମ୍ପଲ୍‌ ପରୀକ୍ଷଣ ପାଇଁ ନିଆଯାଇଥିଲା। ସେଥିରୁ ୧୯ ଜଣଙ୍କ ସାମ୍ଲ୍‌ ନେଗେଟିଭ୍‌ ଆସିଥିବା ସ୍ଵାସ୍ଥ୍ୟ ବିଭାଗ କହିଛନ୍ତି। ତଥାପି ଆହୁରୀ ୮ଜଣଙ୍କ ସାମ୍ପଲ୍‌ ରିପୋର୍ଟକୁ ଅପେକ୍ଷା କରାଯାଇଛି।

ଆଜି ରାଜ୍ୟର ତିନୋଟିଯାକ କରେନା ଟେଷ୍ଟିଂ ଲାବ୍‌ରେ ୨୧୩ଜଣ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷଣ କରାଯାଇଥିଲା। ସେସବୁ ନେଗେଟିଭ୍‌ ଆସିଛି। ଏହି ତିନୋଟ ଲ୍ୟାବ୍‌ ଭିତରୁ ସର୍ବାଧିକ ୧୭୬ଟି ପରୀକ୍ଷା ଆର୍‌ଏମ୍‌ଆର୍‌ସିରେ ହୋଇଥିବାବେଳେ ଏମ୍‌ସରେ ୨୭ଟି, ଏସ୍‌ସିବିରେ ୧୦ଟି ସାମ୍ପଲ୍‌ ପରୀକ୍ଷା କରାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି। ଏଯାଏ ରାଜ୍ୟରେ ସମୁଦାୟ ୧୧୧୩ଟି ସାମ୍ପଲ୍‌ ପରୀକ୍ଷା କରାଯାଇଛି। ସେଥିରୁ ୫ଟି ପଜିଟିଭ୍‌ ଆସିଛି। ଜଣେ ସଂକ୍ରମିତ ରୋଗୀ ସୁସ୍ଥ ହେବାରୁ ତାଙ୍କୁ ହସ୍‌ପିଟାଲ୍‌ରୁ ଘରକୁ ପଠାଇ ଦିଆଯାଇଛି। ତେବେ ଡାକ୍ତରୀଦଳ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି।

Leave a Reply

Your email address will not be published.