ଟିକ୍ଟକ୍ରୁ ହଟିଲା ୬୦ ଲକ୍ଷ ଭିଡିଓ
ସର୍ଟ ଭିଡିଓ ଶେୟାରିଂ ମୋବାଇଲ୍ ଆପ୍ ‘ଟିକ୍ ଟକ୍’ ୬୦ ଲକ୍ଷ ଭିଡିଓକୁ ନିଜ ପ୍ଲାଟ୍ଫର୍ମରୁ ହଟାଇଛି। ଭାରତୀୟ ଭିଡିଓ ପ୍ରକାଶନ ନିୟମାବଳୀ (କମ୍ୟୁନିଟି ଗାଇଡ୍ଲାଇନ୍) ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ଆସିବା ପରେ ଟିକ୍ଟକ୍ କର୍ତ୍ତୃପକ୍ଷ ଏହି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ପକ୍ଷରୁ ଟିକ୍ଟକ୍କୁ ଏହି ଭିଠିଓ ହଟାଇବା ଲାଗି କାରଣ ଦଶର୍ର୍ାଅ ନୋଟିସ୍ ମଗାଯାଇଛି। ଦେଶ ଭିତରେ ଦେଶ ବିରୋଧୀ କାର୍ଯ୍ୟକୁ ଏହି ଭିଡିଓ ଉସ୍କାଉଥିବା ଅଭିଯୋଗ ହୋଇଛି ।
କମ୍ପାନୀ ତରଫରୁ ଦିଆଯାଇଥିବା ବୟାନ ଅନୁଯାୟୀ, ଭାରତୀୟ ଗାଇଡ୍ଲାଇନ୍କୁ ଆଖି ଆଗରେ ରଖି ଆଗକୁ ଭାରତୀୟମାନେ କରୁଥିବା ଭିଡିଓ ଉପରେ କଡ଼ା ନଜର ରଖାଯିବ । ଏହା ସହ ୬-୧୮ମାସ ମଧ୍ୟରେ ଭାରତରେ ଡାଟା ଷ୍ଟୋର ପାଇଁ ଏକ ସ୍ୱତନ୍ତ୍ର ସର୍ଭର କାମ କରିବା ଆରମ୍ଭ କରିବ । ବର୍ତ୍ତମାନ ଭାରତୀୟ ବ୍ୟବହାରକାରୀଙ୍କ ଡାଟା ଆମେରିକା ଓ ସିଙ୍ଗାପୁରରେ ରଖାଯାଉଛି । ଯାହାକୁ ଆଗାମୀ ଦିନରେ ଭାରତକୁ ଅଣାଯିବ । ବର୍ତ୍ତମାନ ଭାରତରେ ଟିକ୍ ଟକ୍ ବ୍ୟବହାରକାରୀଙ୍କ ସଂଖ୍ୟା ୨୦କୋଟି ଥିବା ବେଳେ ଡାଟା ସୁରକ୍ଷା ଓ ଭିଡିଓକୁ ନେଇ ଯେମିତି କୌଣସି ହିଂସା ନ ହୁଏ, ସେ ନେଇ କାମ ଆରମ୍ଭ କରିଛି କମ୍ପାନୀ ।