ଟିଟଲାଗଡ଼ରେ ରାସ୍ତାରେ ବୁଲୁଛି ଚିତା
ଟିଟଲାଗଡ଼ରେ ଚିତା ବାଘ । ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଚିତା ବାଘ ଘୁରିବୁଲୁଥିବା ଦେଖିବାକୁ ମିଳିଛି । ଗତ ୩୦ ତାରିଖ ରାତି ପ୍ରାୟ ଦଶଟା ପାଖାପାଖି ଏକ ଚିତା ବାଘ ବଡ଼ମାଳ କାରଖାନା ପରିସରରେ ପଇଁତରା ମାରୁଥିବା ଦେଖାଦେଇଛି । ଚିତାବାଘ ମୁଖ୍ୟ ରାସ୍ତାରେ ଯାଉଥିବା ସମୟରେ କେତେକ ଯୁବକ ଏକ ଗାଡି ଭିତରେ ରହି ଚିତାବାଘର ଗତି ବିଧି ଉପରେ ମୋବଇଲେ ରେ ଭିଡିଓ ରେକଡ଼ିଂ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାହା ଏକ ନିଷିଦ୍ଧଅଂଚଳ ହୋଇଥିବାରୁ ବନ ବିଭାଗ ପାଖରେ ଖବର ଥିଲେ ବି ସେମାନେ କୌଣସି କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି ।
କିଛି ଦିନ ତଳେ ଦୁଇଟି ଚିତାବାଘ ରାସ୍ତା ଉପରେ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିଥିଲେ । କିଛି ମାସ ତଳେ ଗୋଟିଏ ଚିତାବାଘ ବଡ଼ମାଳକୁ ଆସୁଥିବା ପାଣି ପାଇପ ଉପରେ ବସି ଥିବା ଏକ ଫଟୋ ବି ଭାଇରାଲ ହୋଇଥିଲା । ଗତ କିଛି ଦିନ ମଧ୍ୟରେ ଲଗାତାର ଭାବରେ ବଡ଼ମାଳ ଅଂଚଳରେ ଏମିତି ଚିତାବାଘ ଦେଖା ଯିବା ଘଟଣାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ।