#weather ଅପରାହ୍ଣ ୩ଟା ଭିତରେ ବର୍ଷା, ଘଡ଼ଘଡ଼ି, ବିଜୁଳି କେଉଁଠି, ଦେଖନ୍ତୁ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଆଜି ଅପରାହ୍ଣ ସୁଦ୍ଧା ରାଜ୍ୟର ବିଭନ୍ନ ସ୍ଥାନରେ ବର୍ଷା, ଘଡ଼ଘଡ଼ି ଓ ବିଜୁଳି ଅନୁଭୁତ ହେବା ସମ୍ଭାବନା ରହିଛି। ଏହାଛଡ଼ା ପବନର ବେଗ ମଧ୍ୟ ବଢ଼ିବା ଆଶଙ୍କା ରହିଛି। ଭୁବନେଶ୍ଵର, ପାଣିପାଗ କେନ୍ଦ୍ର ପକ୍ଷରୁ ନାଓକାଷ୍ଟ ସୂଚନା ଆଧାରରେ ଏହି ବିବରଣୀ ପ୍ରସ୍ତୁତ କରାଯାଇଚଇ।
ରାଜ୍ୟ ସ୍ଵତନ୍ତ୍ର ରିଲିଫ୍ କମିଶନରଙ୍କ ଦ୍ଵାରା ପ୍ରଦାନ କରାଯାଇଥିବା ଏହି ସୂଚନା ଅନୁସାରେ ଭୁବନେଶ୍ଵର ସମେତ ଖୋର୍ଦ୍ଧା, ନୟାଭଡ଼ ଏବଂ ଜଗତସିଂହପୁରରେ ଏହିଭଳି ପାଗରେ ପରିବର୍ତ୍ତନ ହେବ। ଏଠାରେ ମଧ୍ୟାହ୍ନ୧୨ଟାରୁ ପାଗ ବିଗିଡ଼ିବ। ବର୍ଷା, ଘଡ଼ଘଡ଼ି ବିଜୁଳି ସହ ଘଣ୍ଟା ପଅତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା ରହିଛି।
ଆକାଶରେ ମେଘର ସ୍ଥିତିକୁ ଲକ୍ଷ୍ୟ କରି ଏହି ବିବରଣୀ ଜାରି କରାଯାଇଛି।