ତିନି ବରିଷ୍ଠ ନେତା ଗୁରୁତର ଅସୁସ୍ଥ
ଭୁବନେଶ୍ଵର, (ଓଟି): ଏକଦା ବିଜୁ ଜନତା ଦଳର ଆଗଧାଡ଼ି ମଣ୍ଡନ କରୁଥିବା ତିନି ବରିଷ୍ଠ ନେତା ଗୁରୁତର ଅସୁସ୍ଥ ଅଛନ୍ତି। ଗୁରୁତ୍ଵପୂଣ୍ଣ କଥା ହେଉଛି ଏହି ତିନି ନେତା ଏବେ ଗୋଟିଏ ହସ୍ପିଟାଲ୍ର ଆଇସିୟୁରେ ଚିକିତ୍ସାଧୀନ। ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହସ୍ପିଟାଲ୍ ସୂତ୍ରରୁ ଜଣାପଡ଼ିଛି। ଏହି ନେତାମାନଙ୍କ ଭିତରୁ ଜଣେ ଏବେ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ଏହି ତିନି ନେତା ହେଉଛନ୍ତି ପାଟକୁରା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲ୍, ପୂର୍ବତନ କୃଷିମନ୍ତ୍ରୀ ତଥା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ନାୟକ ଏବଂ ପୂର୍ବତନ ବାଚସ୍ପତି ଶରତ କୁମାର କର।
ରାଜ୍ୟ ସ୍ଵାର୍ଥ ପାଇଁ ଏମାନଙ୍କ ଅବଦାନ ଯଥେଷ୍ଟ ରହିଥିବାରୁ ତାହାଙ୍କ ଆରୋଗ୍ୟ କାମନା କରି ଛନ୍ତି ଅନେକ ରାଜନେତା ଓ ଚିନ୍ତକ।