ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

ଦୁଇ ଭଉଣୀ : ଅନିତା ଓ ଅମିତା
ବିଜେବି କଲେଜ ଛାତ୍ର ରେହିତ ଯୋଶେଫ ତିର୍କୀ

ଚଳିତ ନିର୍ବାଚନରେ ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରେ ୩ଜଣ ନୂଆ ମୁହଁ ଦେଖିବାକୁ ମିଳିଛି। ନୂଆ ମୁହଁ ଭିତରେ ଦୁଇ ମହିଳା ଥିବାବେଳେ ଜଣେ ପୁରୁଷ ଅଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ସାଂସଦ ପ୍ରାର୍ଥୀ ହୋଇଥିବାବେଳେ ଦୁଇ ଜଣ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ଏହି ତିନି ଜଣ ଯାକ ପ୍ରାର୍ଥୀ ପାରିବାରିକ ରାଜନୀତି ସହିତ ଜଡ଼ିତ ଅଛନ୍ତି।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଦୁଣ ଝିଅ ଦୁଇଟି ରାଜନୈତିକ ଦଳ ତରଫରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ବଡ଼ ଝିଅ ସୁନିତା ବିଶ୍ୱାଳ ସାଂସଦ ଲଢ଼ିବାକୁ ଚାହୁଁଥିଲା। କିନ୍ତୁ କଂଗ୍ରେସ ତାଙ୍କୁ ଦଳୀୟ ଟିକଟ ଦେବାର ସମ୍ଭାବନା ନଥିବାରୁ ସେ ଚଳିତ ମାସରେ କଂଗ୍ରେସରୁ ଇସ୍ତଫା ଦେଇ ରାଜ୍ୟ ଶାସନ କ୍ଷମତାରେ ଥିବା ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବାର ଦିନ କେଇଟା ପରେ ତାଙ୍କୁ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିଲା।

ହେମାନନ୍ଦଙ୍କ ସାନ ଝିଅ ହେଉଛନ୍ତି ଅମିତା ବିଶ୍ୱାଳ। କଂଗ୍ରେସ ତାଙ୍କୁ ସୁନ୍ଦରଗଡ଼ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିଛି। ସେ ପ୍ରତମ କରି ଚଳିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରିବାକୁ ଯାଉଥିବାବେଳେ ତାଙ୍କ ବଡ଼ ଭଉଣୀ ସୁନୀତା ମଧ୍ୟ ପ୍ରଥମ ଥର ପାଇଁ ବିଜେଡିରୁ ସାଂସଦ ପ୍ରାର୍ଥ ହୋଇଛନ୍ତି।

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ଜଣେ ଛାତ୍ର ପ୍ରଥମ ଥର ପାଇଁ ବୀରମିତ୍ରପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଛନ୍ତି।
ମାତ୍ର ୨୯ ବର୍ଷ ବୟସର ଯୁବ ନେତା ହେଉଛନ୍ତି ରୋହିତ୍‌। ସେ ଏବେ ଭୁବନେଶ୍ୱରର ବିଜେବି କଲେଜରେ ପାଠ ପଢ଼ୁଛନ୍ତି। ଚଳିତ ଶିକ୍ଷା ବର୍ଷରେ ସେ ବି.କମ୍ ଫାଇନାଲ ଇୟର ଛାତ୍ର। ବାପା ଜର୍ଜ ତିର୍କୀ ହେଉଛନ୍ତି ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା। ରୋହିତ ହେଉଛନ୍ତି ପରିବାରରେ ସାନପୁଅ। ପାଠ ପଢ଼ି ଜଣେ ସରକାରୀ ଅଫିସର ହେବା ପାଇଁ ରୋହିତଙ୍କ ଇଚ୍ଛା ଥିଲେ ମଧ୍ୟ ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ରାଜନୀତିରେ ପାଦ ଦେଇଛନ୍ତି ରୋହିତ। ତାଙ୍କ ବାପା ଜର୍ଜ ତୀର୍କୀ ସୁନ୍ଦରଗଡ଼ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି।

ରାଜ୍ୟ ରାଜନୀତିରେ ପାଠ ପଢୁଥିବା ସମୟରେ ନିର୍ବାଚନ ମଇଦାନକୁ ଓହ୍ଲାଇବାରେ ହୁଏତ ଏହା ପ୍ରଥମ ଘଟଣା। ଛାତ୍ର ଜୀବନରୁ ହଠାତ୍ ବିଧାୟକ ପ୍ରାର୍ଥୀ ହୋଇଥିବା ରୋହିତ କୁହନ୍ତି, ଛୋଟ ବେଳୁ ବାପାଙ୍କୁ ରାଜନୀତିରେ ସେ ଦେଖିଛନ୍ତି। ଏଣୁ ସେ ହିଁ ତାଙ୍କର ରାଜନୈତିକ ଗୁରୁ।

ଜଣେ ଭଲ ନେତା ଭାବରେ ରୋହିତ ବାପାଙ୍କ ପରି ବୀରମିତ୍ରପୁରବାସୀଙ୍କ ସେବା କରିବେ ବୋଲି କୁହନ୍ତି। ଏଠାକାର ଲୋକେ ମଧ୍ୟ ତାଙ୍କୁ ଏଥିପାଇଁ ସମର୍ଥନ କରିବେ ବୋଲି ସେ ଆଶା ରଖିଛନ୍ତି। ବାପା ଜର୍ଜ ତିର୍କୀ ଚାରି ଥର ବିଧାୟକ ହୋଇଛନ୍ତି। ତେଣୁ ରୋହିତଙ୍କ ପାଇଁ ପଥ ପରିସ୍କାର ବୋଲି ଚର୍ଚ୍ଚା ହେଉଛି।  ତେବେ ମଇ ୩୦ ହିଁ କହିବ ଯୋଶେଫ୍‌ଙ୍କ ଏ ପଦକ୍ଷେପ କେତେ ଫଳପ୍ରଦ ହେବ ତାଙ୍କ ପାଇଁ ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

Leave a Reply

Your email address will not be published.