ପୁଲୱାମାରେ ଟଳିଲେ ୩ ଆତଙ୍କୀ
ନୂଆଦିଲ୍ଲୀ(ଓଟି): ପୁଲୱାମା ଆତଙ୍କବାଦୀ ଆକ୍ରମଣ ଓ ଭାରତୀୟ ଯବାନଙ୍କ ସହିଦ ହେବା ଘଟଣା ଦେଶ କେବେ ଭୁଲିପାରିବନି। ଗତ ୧୪ ତାରିଖରେ ଉକ୍ତ ଘଟଣାକୁ ବର୍ଷେ ପୂରିଥିବାବେଳେ ସାରା ଦେଶରୁ ସହିଦ ଯବାନଙ୍କୁ ଦିଆଯାଇଥିଲା ଗଭୀର ଶ୍ରଦ୍ଧାଞ୍ଜଳି। ଆଉ ଏହି ପରିପ୍ରେକ୍ଷୀରେ ଯବାନମାନେ ମଧ୍ୟ ଯଥେଷ୍ଟ ସତର୍କ ଓ ସଜାଗ ରହିଛନ୍ତି। ଯାହାର ଉଦାହରଣ ଦେଖିବାକୁ ମିଳିଛି। ପୁଲୱାମାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀମାନେ ମଙ୍ଗଳବାର ରାତିରେ ୩ ଆତଙ୍କବାଦୀଙ୍କୁ ଟାଳି ଦେଇଛନ୍ତି। ତେବେ ନିହତଙ୍କ ଚିହ୍ନଟ ହୋଇନଥିବାବେଳେ ମୃତକଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀର ପୁଲିସ, ସିଆରପିଏଫ ଓ ସେନାର ମିଳିତ ଟିମ୍ ତ୍ରାଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ନେଇ ଖବର ପାଇଥିଲେ । ଏହାପରେ ମିଳିତ ସୁରକ୍ଷାକର୍ମୀମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ଏଥିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିବାବେଳେ ୩ ଆତଙ୍କୀ ଟଳିପଡ଼ିଥିଲେ।