ଉଦାହରଣ ସୃଷ୍ଟିକଲେ ଜୟପୁର ଡାକ୍ତର, ଭଲ ହୋଇଗଲେ ୩ କରୋନା ରୋଗୀ

ଜୟପୁର,ନୂଆଦିଲ୍ଲୀ(ଓଟି): ବିଶ୍ଵର ଚିନ୍ତା ବଢ଼ାଇଛି ମହାମାରୀ କରୋନା। ମାରାତ୍ମକ ଭୂତାଣୁ ପାଇଁ ସବୁଠି ଆତଙ୍କ ଖେଳିଯାଇଛି। ତେବେ ସମଗ୍ର ବିଶ୍ଵ ପାଇଁ ନୂଆ ଆଲୋକ ଦେଖାଇଛନ୍ତି ଭାରତୀୟ ଡାକ୍ତର। ଖୁସି ଖବର ଦେଇଛନ୍ତି ରାଜସ୍ଥାନ-ଜୟପୁରର ଡାକ୍ତର। କରୋନା ଆକ୍ରାନ୍ତ ହୋଇଥିବା ୪ ଜଣ ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କୁ ଭାରତୀୟ ଡାକ୍ତର ଔଷଧ ଦେଇ ଭଲ କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ ଦେଶ ସମେତ ବିଶ୍ଵ ପାଇଁ ବଡ଼ ଆଶ୍ଵସ୍ତିକର ଖବର। ଏଥିରେ ଖୁବ୍‌ ଖୁସି ବ୍ୟକ୍ତ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ।

ସୂଚନା ଅନୁସାରେ ଅନ୍ୟ ୨୩ ଇଟାଲୀ ପର୍ଯ୍ୟଟକଙ୍କ ସହ ୬୯ ବର୍ଷୀୟ ଆଣ୍ଡ୍ରେ କାର୍ଲି ଓ ତାଙ୍କ ପତ୍ନୀ ଜୟପୁର ବୁଲିବାକୁ ଆସିଥିଲେ। ତେବ ଉଭୟ କାରୋନାରେ ଆକ୍ରାନ୍ତ ହୋଇଥିଲେ ଓ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ନମୁନା ପରୀକ୍ଷାରୁ ନେଗେଟିଭ ଆସିଛି।ସେହିପରି ରାଜସ୍ଥାନର ରାଜା ପାର୍କ ନିକଟ ଜଣେ ବାସିନ୍ଦା ଦୁବାଇରୁ ଫେରିବା ପରେ କରୋନା ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପରେ ସେ ମଧ୍ୟ ସୁସ୍ଥ ହୋଇଛନ୍ତି। ସମ୍ପୃକ୍ତ ୩ଜଣଙ୍କୁ ବାଦ୍‌ ଦେଲେ ସ୍ପେନରୁ ଫେରି କରୋନାରେ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଥିବା ଜଣାପଡ଼ିଛି।

କ’ଣ କଲେ ଡାକ୍ତର?

ସାରା ବିଶ୍ୱ କରୋନା ରୋଗୀଙ୍କୁ ଭଲ କରିବା ପାଇଁ ବିଶେଷଜ୍ଞମାନେ ଔଷଧ ଉଦ୍ଭାବନ ଉଦ୍ୟମ କରୁଛନ୍ତି। ତେବେ ଜୟପୁରର ଡାକ୍ତରମାନେ ଏଥିରେ ନୂଆ ଅଧ୍ୟାୟ ସୃଷ୍ଟି କରିଛନ୍ତି। କରୋନା ରୋଗୀଙ୍କୁ ଭଲ କରିବା ପାଇଁ ଡାକ୍ତରମାନେ ମ୍ୟାଲେରିଆ, ସ୍ୱାଇନ ଫ୍ଲୁ ଓ ଏଚ୍ଆଇଭି ରୋଗ ପାଇଁ ବ୍ୟବହୃତ ହେଉଥିବା ଔଷଧଗୁଡ଼ିକୁ ମିଶାଇ ଏକ ସ୍ୱତନ୍ତ୍ର ଡୋଜ୍ ପ୍ରସ୍ତୁତ କରିଥିଲେ। ଏହାରି ପ୍ରୟୋଗ ଫଳରେ ସୱାଇ ମାନସିଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣ ସୁସ୍ଥ ହୋଇଯାଇଛନ୍ତି।

Leave a Reply

Your email address will not be published.