‘ଦ ତାଶକେଣ୍ଟ୍ ଫାଇଲ୍’ର ଟ୍ରେଲର୍ ରିଲିଜ୍, ଦମଦାର୍ ଲୁକରେ ନଜର ଆସିଲେ ସମସ୍ତ କଳାକାର
ଦିନକୁ ଦିନ ବଲିଉଡ୍ରେ ବାୟୋପିକର ଧାରା ବଢିବଢି ଚାଲିଛି । କାହିଁକି ବା ନହେବ । ନୂଆ ରୁଚି ଅନୁଯାୟୀ କମରସିଆଲ୍ ଫିଲ୍ମ ଅପେକ୍ଷା ବାୟୋପିକକୁ ଦର୍ଶକ ଅଧିକ ପସନ୍ଦ କରୁଛନ୍ତି ଏବଂ ବକ୍ସ ଅଫିସ୍ରେ ବାୟୋପିକର ବ୍ୟବସାୟ ମଧ୍ୟ ଅଧିକ ହେଉଛି । ତେବେ ଏହି ଧାରାରେ ଆଗାମୀ ବାୟୋପିକ୍ ଭାବେ ଖୁବ୍ ଶୀଘ୍ର ସିନେମାଘରକୁ ଆସୁଛି ‘ଦ ତାଶକେଣ୍ଟ୍ ଫାଇଲ୍’ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ଜୀବନକୁ ନେଇ ଏହି ବାୟୋପିକ୍ ପ୍ରସ୍ତୁତ କରାଯାଇଛି ।
ବିବେକ୍ ରଂଜନ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ବାୟୋପିକର ଟ୍ରେଲର୍ ସୋସିଆଲ୍ ମିଡିଆରେ ରିଲିଜ୍ କରାଯାଇଛି । ଏଥିରେ ସମସ୍ତ କଳାକାରଙ୍କ ଦମଦାର୍ ଲୁକ୍ ଦେଖିବାକୁ ମିଳିଛି । ଟ୍ରେଲରରେ ନାସିରୁଦ୍ଦିନ୍ ଶାହ, ମିଥୁନ୍ ଚକ୍ରବର୍ତ୍ତି, ଶ୍ୱେତା ବାସୁ, ମନ୍ଦିରା ବେଦୀ, ପଲ୍ଲବୀ ଯୋଶୀ, ଅଙ୍କିର ରାଠି, ପଙ୍କଜ ତ୍ରିପାଠୀ ଓ ପ୍ରକାଶ ବେଲାବାଡ଼ିଙ୍କ ଭଳି ଅନେକ ଦକ୍ଷ କଳାକାରଙ୍କ ଝଲକ ରହିଥିବାବେଳେ ସମସ୍ତେ ଶାସ୍ତ୍ରୀଙ୍କର ମୃତ୍ୟୁର ରହସ୍ୟ ଉପରୁ ପର୍ଦ୍ଦା ଉଠାଉବା ପାଇଁ ଚେଷ୍ଠାରତ ଅଛନ୍ତି । ଲାଲ୍ ବାଦାଦୂର ଶାସ୍ତ୍ରୀଙ୍କ ମର୍ଡ଼ର୍ ମିଷ୍ଟ୍ରି ଉପରେ ଫିଲ୍ମର କାହାଣୀ ଆଧାରିତ । ଆସନ୍ତା ଏପ୍ରିଲ୍ ୧୨ ତାରିଖରେ ଏହା ମୁକ୍ତିଲାଭ କରିବ ।