କରୋନା କଲବଲ: ଆକ୍ରାନ୍ତଙ୍କ ସଂଖ୍ୟା ୭୮କୁ ବୃଦ୍ଧି
ନୂଆଦିଲ୍ଲୀ (ଓଟି): କୋବିଡ୍-୧୯ ବା କରୋନା ଭାଇରସ୍ ସାରା ବିଶ୍ଵକୁ କଲବଲ କରିସାରିଲାଣି। ଭାରତକୁ ମଧ୍ୟ ଧୀରେ ଧୀରେ କନ୍ଦାଉଛି। ଏହା ବ୍ୟାପିବା ଫଳରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା ୭୮କୁ ବୃଦ୍ଧି ପାଇଛି। ସେହିପରି କର୍ଣ୍ଣାଟକରେ ଜଣଙ୍କ ମୁଣ୍ଡ ଯାଇଥିବା ସ୍ପଷ୍ଟ ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନହେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। କୌଣସି ଜରୁରି କାର୍ଯ୍ୟ ନଥିଲେ ବିଦେଶ ଗସ୍ତରୁ ନିବୃତ୍ତ ରହିବା ଏବଂ ଜନସମାଗମଠାରୁ ଦୂରେଇ ରହିବାକୁ ପ୍ରଧାନମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ନେଇ ସରକାର ବେଶ୍ ସଚେତନ ଓ ସଜାଗ ରହିଥିବା ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ବିଶ୍ଵରେ ଭାରତ ସମେତ ୧୨୦ଟି ରାଷ୍ଟ୍ର କରୋନା କବଳରେ ପ୍ରଭାବିତ ହୋଇଛନ୍ତି। ୧,୨୫,୦୦୦ ଲୋକ ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି।