ଯୋଗୀଙ୍କୁ ଶଶି ଥରୁରଙ୍କ ତାତ୍ସଲ୍ୟ; ସଙ୍ଗମରେ ସମସ୍ତେ ଉଲଗ୍ନ

ଉତ୍ତର ପ୍ରଦେଶର ପ୍ରୟାଗରାଜରେ କୁମ୍ଭମେଳାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କ ମନ୍ତ୍ରୀମାନେ ବୁଡ଼ ପକାଇବା ପରେ କଂଗ୍ରେସ ଓ ବିଜେପି ମଧ୍ୟରେ ଏହାକୁ ନେଇ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଯୋଗୀ ଓ ତାଙ୍କ ମନ୍ତ୍ରୀମାନଙ୍କ ବୁଡ଼ପକା ଘଟଣାକୁ ନେଇ ଟ୍ୱିଟରରେ ସମାଲୋଚନା କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଲୋକସଭା ସାଂସଦ ଶଶି ଥରୁର। ସେ କହିଛନ୍ତି, ଗଙ୍ଗା ମାଆଙ୍କୁ ପରିଷ୍କାର ବି ରଖିବାକୁ ପଡ଼ିବ ଏବଂ ସମସ୍ତ ପା‌ପ ବି ଏଠାରେ ଧୋଇବାକୁ ହେବ। ଏହାପରେ ଥରୁର୍‌ଙ୍କ ଟ୍ୱିଟ୍‌ ଉପରେ ଅନେକ ଲୋକ ତା‌ଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଦେଇଥିଲେ। ୟୁପି ସରକାରଙ୍କ ମନ୍ତ୍ରୀ ସିଦ୍ଧାର୍ଥନାଥ ସିଂହ ମଧ୍ୟ ଟ୍ୱିଟ୍‌ କରି ତାଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ମନ୍ତ୍ରୀ ସିଦ୍ଧା‌ର୍ଥନାଥ ସିଂହ କହିଛନ୍ତି, ଥରୁର୍‌ଙ୍କୁ କୁମ୍ଭମେଳାର ମହତ୍ତ୍ୱ ଜଣାନାହିଁ। ସେ ଏହାର ମୂଲ୍ୟ ଆଦୌ ବୁଝିପା‌ରିବେ ନାହିଁ। ସେ ‌ଯେଉଁ ପରିବେଶ ଓ ସଂସ୍କୃତିରେ ବଢ଼ିଛନ୍ତି, ତାହାକୁ ମଧ୍ୟ କୁମ୍ଭମେଳାର ମୂଲ୍ୟ ଜଣାନା‌ହିଁ। ତେବେ ଆପଣମାନେ (ଶଶି ଥରୁର୍‌ ଓ କଂଗ୍ରେସ ନେତା) ଅନେକ ଖରାପ କାମ କରିଥିବେ। ତେଣୁ ଆପଣମାନେ ମଧ୍ୟ ଏଠାକୁ ଆସି ବୁଡ଼ ପକାଇବା ଆବଶ୍ୟକ।

ଉ‌େଲ୍ଲଖଯୋଗ୍ୟ, ଯୋଗୀ ଓ ତାଙ୍କ ମନ୍ତ୍ରୀମାନେ ବୁଡ଼ ପକାଇବ‌ା ପରେ ଥରୁର୍‌ ସେମାନଙ୍କ ଫଟୋ ସହ ଟ୍ୱିଟ୍ କରି କହିଥିଲେ, ‘‘ଗଙ୍ଗା‌କୁ ବି ସ୍ୱଚ୍ଛ ରଖିବାକୁ ହେବ ଏବଂ ଏଠାରେ ପାପ ବି ଧୋଇବାର ଅଛି। ଏହି ସଙ୍ଗମ‌ରେ ସମସ୍ତେ ଉଲଗ୍ନ। ଜୟ ଗଙ୍ଗା ମୈୟା କୀ’’।

ଏହାପରେ ଲୋକମାନେ ତାଙ୍କୁ ଟ୍ରୋଲିଂ ଆରମ୍ଭ କରିଥିଲେ। ଜଣେ ୟୁଜର ଲେଖିଥିଲେ, ‘ଆପଣ ବି ପାପ ଧୋଇବାକୁ ଯାଇଥିଲେ ବୋଧେ? ଏମିତି କି ତାଙ୍କର ଏକ ଫଟୋ ମଧ୍ୟ ସେ ସେୟାର କରିଥିଲେ। ଥରୁର୍‌ ତାଙ୍କ ପତ୍ନୀ ସୁନନ୍ଦା ପୁଷ୍କରଙ୍କ ଅସ୍ଥି ବିସର୍ଜନ ପାଇଁ ହରିଦ୍ୱାର ଯାଇଥିଲେ।

ଆଉ ଜଣେ ଟ୍ୱିଟର ଉପଭୋକ୍ତା ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ କୁମ୍ଭମେଳାରେ ବୁଡ଼ ପକାଇବା ଫଟୋ ମଧ୍ୟ ସେୟାର କରିଥିଲେ। ଅନ୍ୟ ଜଣେ ୟୁଜର ରାହୁଲ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଭିଡିଓ ସେୟାର କରିଥିଲେ, ‌େଯଉଁଥିରେ ସେମାନେ ରାଜୀବ ଗାନ୍ଧୀଙ୍କ ଅସ୍ଥିକୁ ଗଙ୍ଗାରେ ଭସାଉଥିଲେ।

Leave a Reply

Your email address will not be published. Required fields are marked *