ଶ୍ରୀଲଙ୍କାରେ ଆତଙ୍କୀ ବିସ୍ଫୋରଣ: ୧୦୦ରୁ ଅଧିକ ମୃତ, ୪୫୦ ଗୁରୁତର

ଭୁବନେଶ୍ଵର, (ଓଟି): ଶ୍ରୀଲଙ୍କାରେ ସିରିଜ୍‌ ବୋମା ବିସ୍ଫୋରଣ ହୋଇଛି। ଆତଙ୍କବାଦୀଙ୍କ ଏହି କାର୍ଯ୍ୟ ଯୋଗୁ ୧୫୦ରୁ ଅଧିକ ଲୋକଙ୍କ ପ୍ରାଣ ଯାଇଥିବାବେଳେ ପାଖାପାଖି ୪୫୦ ଜଣ ଗୁରୁତର ଆହତ ହୋଇଛନ୍ତି।

ରବିବାରଦିନ ଇଷ୍ଟର ରବିବାର ପଡ଼ିଥିବାରୁ ସହରରେ ଥିବା ଚର୍ଚ ଗୁଡ଼ିକରେ ଖ୍ରୀଷ୍ଟ ଧର୍ମର ଲୋକଙ୍କ ପ୍ରବଳ ଭୀଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ୬ଟି ସ୍ଥାନରେ ଲଗାତାର ବିସ୍ଫୋରଣ ହେବାରୁ ସେଠାରେ ଉପସ୍ଥିତ ଲୋକଙ୍କ ମୃତୁ୍ୟ ହୋଇଥିଲା। ବିାସ୍ଫୋରଣ ହୋଇଥିବା ସ୍ଥାନଗୁଡ଼ିକ ଭିତରେ ୩ଟି ଚର୍ଚ ଥିବାେବେଳେ ଅନ୍ୟ ତିନୋଟି ସ୍ଥାନୀୟ ହୋଟେଲ୍‌ ବୋଲି ଜଣାପଡ଼ିଛି।

ସକାଳ ୮ଟା ୪୫ ମିନିଟ୍‌ ସମୟରେ ପ୍ରଥମ ବିସ୍ଫୋରଣ ହୋଇଥିଲା। କୋଚ୍ଛିକାଡ଼େଠାରେ ଥିବା ସେଣ୍ଟ ଆନ୍ଥୋନୀ ଚର୍ଚରେ ଏହି ବିସ୍ଫୋରଣ ହୋଇଥଇଲା। ଏହାପରେ କାଟଣା ସ୍ଥିତ କୁଟୁୱାପିଟୱାଚର୍ଚରେ ବିସ୍ଫୋରଣ ହୋଇଥିଲା। ଏହାପରେ ବାଟ୍ଟିକାଲୋଠାରେ ଥିବା ଚର୍ଚ ଏବଂ ୩ଟି ହୋଟେଲ୍‌ରେ ବିସ୍ଫୋରଣ ହୋଇଥିବା ପୁଲିସ କହିଥିବା ନ୍ୟୁଜ୍‌ ଏଜେନ୍ସୀ ଏନ୍‌ଆଇ ରିପୋର୍ଟରେ ଜଣାଇଛନ୍ତି।

ଏହି ଘଟଣା ପରେ ପୁଲିସ ଏବଂ ଜରୁରୀକାଳୀନ ଦଳକୁ ବିଭିନ୍ ସ୍ଥାନରେ ମୁତ୍ତୟନ କରାଯାଇଛି। ସେଠାରେ ଥିବା ଆହତଙ୍କୁ ଅବାଶ୍ୟକ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ଙ୍କୁ ସ୍ଥାନାନ୍ତର କରାଯାଇଛି।

ବିଦେଶ ବ୍ୟାପାର ମନ୍ତ୍ରୀ ସୁଷମା ସ୍ଵରାଜ ଘଟଣା ସମ୍ପର୍କରେ ଭାରତ ପକ୍ଷରୁ ନଜର ରଖାଯାଇଛି। ସେଠାରେ ଥିବା ଭାରତୀୟ ଦୂତାବାସଙ୍କ ସହ ନିରନ୍ତର ଯୋଗାଯୋଗରେ ମନ୍ତ୍ରଣାଳୟ ରହିଥିବା ଜଣାଇଛନ୍ତି।

ଉପରାଷତ୍ଟ୍ରପତି ଭେଙ୍କିୟା ନାଇଡ଼ୁ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିଛନ୍ତି। ଆହତଙ୍କ ଆଶୁ ଆରୋଗ୍ୟ କାମନା ସା ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

Leave a Reply

Your email address will not be published.