#କୋଭିଡ୍-୧୯: ଆଣ୍ଡାମାନ-ନିକୋବରର ୧୦ ଜଣ ସୁସ୍ଥ

ନୂଆଦିଲ୍ଲୀ(ଓଟି): ନୂଆଦିଲ୍ଲୀର ତବଲିଗି ଜମାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥିବା ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜର ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଦିଲ୍ଲୀରେ ଚିକିତ୍ସା ପରେ ସେମାନେ ସୁସ୍ଥ ଥିବା ଜଣାପଡ଼ିଛି। ସେମାନେ ମାର୍ଚ୍ଚ ୨୪ରେ କୋଲକାତା ଦେଇ ଦିଲ୍ଲୀରୁ ବିମାନ ଯୋଗେ ପୋର୍ଟ ବ୍ଲେୟାରକୁ ଯାତ୍ରା କରିଥିଲେ। ତେବେ କରୋନା ଲକ୍ଷଣ ଦେଖାଦେବା ପରେ ସେମାନଙ୍କୁ ବିମାନବନ୍ଦରରୁ ଦିଲ୍ଲୀର ଏକ ଡାକ୍ତରଖାନାକୁ ପଠାଯାଇଥିଲା।

ସୂଚନା ଅନୁସାରେ ଗୋବିନ୍ଦ ବଲ୍ଲଭପନ୍ତ ହସ୍ପିଟାଲ୍‌ରେ ଚିକିତ୍ସା ପରେ ସମ୍ପୃକ୍ତ ୧୦ଜଣଙ୍କ ରିପୋର୍ଟ ନେଗେଟିଭ ଆସିଛି। ଖୁବଶୀଘ୍ର ସେମାନଙ୍କୁ ଡିସଚାର୍ଜ କରାଯିବ ବୋଲି ଜଣେ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷରେ ପୋର୍ଟ ବ୍ଲେୟାରର ଆଉଜଣେ ମହିଳା  ଚଳିତ ସପ୍ତାହ ଆରମ୍ଭରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ସେ ମଧ୍ୟ ଉକ୍ତ ଡାକ୍ତରଖାନାରେ ଚିକିତ୍ସା ପରେ ସୁସ୍ଥ ହୋଇଛନ୍ତି। ସେ ମାର୍ଚ୍ଚ ୨୪ରେ ସେହି ବିମାନରେ ହିଁ ପୋର୍ଟ ବ୍ଲେୟାର ଅଭିମୁଖେ ଯାଉଥିଲେ ବୋଲି ଜଣାପଡ଼ିଛି।

Leave a Reply

Your email address will not be published.