ଶ୍ୱଶୂରଙ୍କ ବିରୋଧରେ ଲଢ଼ିବେ ତେଜପ୍ରତାପ

ଲାଲୁ ଯାଦବଙ୍କ ପରିବାରରେ ବିବାଦ ଦିନକୁ ଦିନ ବଢିଚାଲିଛି । ବିଶେଷକରି ଲାଲୁଙ୍କ ଦୁଇପୁଅ ତେଜପ୍ରତାପ ଓ ତେଜସ୍ୱୀଙ୍କ ମଧ୍ୟରେ ମନୋମାଳିନ୍ୟ ଚରମ ସୀମାରେ ପହଞ୍ଚିଲାଣି । ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଛାତ୍ର ସଂଗଠନର ମୁଖ୍ୟ ପଦ ଛାଡିବା ପରେ ନିର୍ବାଚନରେ ସ୍ୱାଧୀନପ୍ରାର୍ଥୀଭାବେ ଲଢିବାର ସଂକେତ ଦେଇଛନ୍ତି । ସେ ବିହାରର ସରନ ଆସନରୁ ଲଢିବାର ସଂକେତ ଦେଇଛନ୍ତି । କିନ୍ତୁ ମଜାକଥା ହେଉଛି ଯେ ଏହି ଆସନରୁ ତାଙ୍କ ଶ୍ୱଶୂର ଚନ୍ଦ୍ରିକା ରାୟ ଛିଡା ହେବେ ବୋଲି ତେଜସ୍ୱୀ ଗତ କାଲି ଘୋଷଣା କରିଥିଲେ । ଏହି କାରଣରୁ ତେଜପ୍ରତାପ ଅସନ୍ତୁଷ୍ଟ ଅଛନ୍ତି । ଏହି ଆସନଟି ଲାଲୁ ପ୍ରସାଦ ଯାଦବଙ୍କ ଆସନ । ସେ ଏଠାରୁ ୪ ଥର ଜିତିଥିଲେ । ଏହି ଆସନକୁ ଅନ୍ୟକୁ ଦେଇଦେବା ତାଙ୍କ ପିତାଙ୍କ ଅପମାନ ବୋଲି ସେ ମନେ କରୁଛନ୍ତି ।

https://twitter.com/TejYadav14/status/1111229882535694337

ଏହାର ପ୍ରତିବାଦ କରି ତେଜପ୍ରତାପ ଗତକାଲି ଦଳର ଛାତ୍ରସଂଗଠନର ସଭାପତି ପଦରୁ ଇସ୍ତଫା ଦେଇଥିଲେ । ଏକ ଟ୍ବିଟ କରି ସେ ଲେଖିଥିଲେ ଯେ ଯେଉଁମାନେ ତାଙ୍କୁ ମୁର୍ଖ ବୋଲି ଭାବୁଛନ୍ତି ସେମାନେ ନିଜେ କିଛି ଜାଣିନାହାନ୍ତି । ସେ ତାଙ୍କ ଭାଇ ତେଜସ୍ବୀଙ୍କୁ ଏକଥା କହିଥିବା ଜଣାଯାଇଛି ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

କୋରାପୁଟରେ ମୋଦି: ବିଜେଡି ସରକାରଙ୍କୁ ଅଣ ସମ୍ବେଦନଶୀଳ କହିଲେ

୭ ଲୋକସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା, ପୁରୀରୁ ସତ୍ୟ, ବାଲେଶ୍ଵରରୁ ନବଜ୍ୟୋତି

ପାଦତଳୁ ଖସିଯାଉଛି ମାଟି : ଚିନ୍ତାରେ ଧର୍ମେନ୍ଦ୍ର

Leave a Reply

Your email address will not be published. Required fields are marked *