ମୋଦିଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ ବିଏସଏଫରୁ ବରଖାସ୍ତ ହୋଇଥିବା ଯବାନ ତେଜ୍‌ ବାହାଦୁର ଯାଦବ

ବାରାଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବା ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ୍‌)ରୁ ବାହାର ହୋଇଥିବା ଯବାନ ତେଜ୍‌ ବାହାଦୁର ଯାଦବ ଘୋଷଣା କରିଛନ୍ତି। ରେୱାଡି ନିବାସୀ ତେଜ୍‌ ବାହାଦୁର ଗଣମାଧ୍ୟମ ସହ କଥାବାର୍ତ୍ତା କରି ରାଜନୀତିରେ ମିଶିବା ପାଇଁ ଘୋଷଣା କରିଥିଲେ। କେବଳ ଏତିକି ନୁହେଁ ସେ କହିଥିଲେ ଯେ ମୋଦି ଭ୍ରଷ୍ଟାଚାର ମୁକ୍ତ ଭାରତ କଥା କହୁଛନ୍ତି କିନ୍ତୁ ମୁଁ ଯେତେବେଳେ ବିଏସଏଫରେ ଖରାପ ଖାଦ୍ୟକୁ ନେଇ ସ୍ୱର ଉତ୍ତୋଳନ କଲି ମୋତେ ବିଏସଏଫର ବାହାର ରାସ୍ତା ଦେଖାଇ ଦିଆଗଲା। ଏଭଳି ସମୟରେ ସେ ମୋଦିଙ୍କ ବିରୋଧରେ ବାରାଣାସୀରେ ଲଢେଇ କରିବେ।

ତେଜ୍‌ ବାହାଦୁର୍‌ ଭ୍ରଷ୍ଟାଚାର ମୁକ୍ତ ଭାରତର ପ୍ରଚାର କରିବେ ବୋଲି ମଧ୍ୟ କହିଥିଲେ। ସେ କିଛି ମାସ ହେଲା ନିର୍ବାଚନ ଲଢିବାକୁ ଚେଷ୍ଟା କରୁଛନ୍ତି। ବାରାଣାସୀର ଏକ ହଜାରରୁ ଅଧିକ ଲୋକ ତାଙ୍କ ସପକ୍ଷରେ ରହିଛନ୍ତି। ସେ ବାରାଣାସୀର ଭୋଟର ଲିଷ୍ଟରେ ନିଜ ନାମ ମଧ୍ୟ ଲେଖିସାରିଛନ୍ତି। ଖୁବଶୀଘ୍ର ସେ ବାରାଣାସୀ ଅଭିମୁଖେ ନିଜ ଦଳ ସହ ଯିବେ।

ତେଜ୍‌ ବାହାଦୁର ବିଏସଏଫ୍‌ରୁ ମିଳୁଥିବା ଖାଦ୍ୟକୁ ଖରାପ କହି ଭିଡିଓ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ପୋଷ୍ଟ କରିଥିଲେ । ଯାହାପରେ ସେ ଖୁବ୍‌ ଚର୍ଚ୍ଚାରେ ଥିଲେ ।

ଅଧିକ ପାଠ ପାଇଁ କ୍ଲିକ୍‌ କରନ୍ତୁ:

୯ଥରର ସାଂସଦ ଅର୍ଜୁନ ଚରଣ ସେଠୀ ବିଜେଡିରୁ ଇସ୍ତଫା ଦେଲେ

ସର୍ଭେ : ଓଡ଼ିଶାରେ ବିଜେପିକୁ ବମ୍ପର ବିଜୟ

ସୁନ୍ଦରଗଡ଼ ନିର୍ବାଚନରେ ୩ ନୂଆ ମୁହଁ

Leave a Reply

Your email address will not be published. Required fields are marked *