ଟେକନୋଲୋଜି: ହ୍ୱାଟ୍ସଅପ୍ ମାଧ୍ୟମରେ କରିହେବ ଟଙ୍କା କାରବାର

ହ୍ୱାଟସଅପ୍ ୟୁଜର୍ସମାନଙ୍କ ପାଇଁ ଖୁସି ଖବର । ଭାରତର ଡିଜିଟାଲ୍ ଅର୍ଥ କାରବାର ବ୍ୟବସ୍ଥାରେ ହ୍ୱାଟର୍ସଅପ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ହ୍ୱାଟସଅପର ଆନ୍ତର୍ଜାତିକ ମୁଖ୍ୟ ଅଧିକାରୀ ଭିଲ୍ ଚ୍ୟାଟକାର୍ଡ଼ଙ୍କ ସୂଚନା ଅନୁଯାୟୀ ଚଳିତବର୍ଷ ଶେଷ ସୁଦ୍ଧା ହ୍ୱାଟସଅପ୍ ମାଧ୍ୟମରେ ମନି ଟ୍ରାନ୍ସଫର୍ ବା ଅର୍ଥ ଦେଣନେଣ କରାଯାଇପାରିବ । ଗତବର୍ଷ କମ୍ପାନୀ ପକ୍ଷରୁ ୧୦ ଲକ୍ଷ ୟୁଜର୍ସଙ୍କୁ ନେଇ ଏହି ଫିଚର ସମ୍ପର୍କିତ ଅନେକ କିଛି ପରୀକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ବର୍ତ୍ତମାନ ଅଧିକରୁ ଅଧିକ ଲୋକ ହ୍ୱାଟସଅପ୍ ବ୍ୟବହାର କରୁଥିବାରୁ ଏହି ପ୍ଲାଟଫର୍ମ ମାଧ୍ୟମରେ ଟଙ୍କା କାରବାର କରିବା ଲୋକମାନଙ୍କ ପାଇଁ ଅନ୍ୟଆପ୍ ଠାରୁ ଅପେକ୍ଷାକୃତ ସହଜ ଓ ସରଳ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ହ୍ୱାଟସଅପ୍ ବର୍ତ୍ତମାନର ଡିଜିଟାଲ୍ ମନି ସର୍ଭିସ୍ ‘ପେଟିଅମ୍’, ‘ଫୋନ୍ପେ’ ଓ ‘ଗୁଗଲ୍ ପେ’ ଭଳି ଆପ୍ ସହିତ ଟକ୍କର ଦେବ । ଆରବିଆଇର ସମସ୍ତ ସର୍ତ୍ତ ମାନିବା ସହିତ ମନି ଟ୍ରାନ୍ସଫରର ସମସ୍ତ ଡାଟାକୁ ଗୁପ୍ତ ରଖାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିପାଇଁ ଏକ ବିଶେଷ ଓ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ସଫ୍ଟୱେର୍ ବିକଶିତ କରାଯାଉଛି ବୋଲି କମ୍ପାନୀ କର୍ତୃପକ୍ଷ ସୂଚନା ଦେଇଛନ୍ତି । ଯଦି ଚଳିତବର୍ଷ ଶେଷସୁଦ୍ଧା ଯି ଏହା ସୁଚାରୁ ରୂପେ କାର୍ଯ୍ୟକାରୀ ହୁଏ ତେବେ ବିଶ୍ୱସ୍ତରରେ ୧୫୦୦ କୋଟିରୁ ଊଦ୍ଧ୍ୱର୍ ଉପଭୋକ୍ତା ଉପକୃତ ହେବେ ବୋଲି କମ୍ପାନୀ ପକ୍ଷରୁ ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *