ଓଡ଼ିଶା ପାଇଁ ଆଶା ଦେଖାଇଲା ଟିସି ଗ୍ରୁପ୍

ନୂଆଦିଲ୍ଲୀ (ଓଟି): ଓଡ଼ିଶା ପାଇଁ ନୂଆ ଖବର। ତାମିଲନାଡୁ ସମେତ ଏଠାରେ ପେଟ୍ରୋକେମିକାଲ୍ସ ପ୍ରକଳ୍ପ ପ୍ରତିଷ୍ଠା କରିବ ଦି ଚାଟର୍ଜୀ (ଟିସି) ଗ୍ରୁପ୍। ଏଥିପାଇଁ ଟିସି ଗ୍ରୁପ ଆନ୍ତର୍ଜାତିକସ୍ତରର ବ୍ୟବସାୟିକ ଗୋଷ୍ଠୀ ସହ ଆଲୋଚନା କରିଥିବା ସୂଚନା ମିଳିଛି। ଆସନ୍ତା ୬ ମାସ ମଧ୍ୟରେ ଅଂଶୀଦାର ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ସୂତ୍ରରୁ ପୁଞ୍ଜି ସଂଗ୍ରହ ଲାଗି କମ୍ପାନୀ ଯୋଜନା ପ୍ରସ୍ତୁତ କରୁଛି।

ପ୍ରବାସୀ ଭାରତୀୟ ପୂର୍ଣ୍ଣେନ୍ଦୁ ଚାଟାର୍ଜୀଙ୍କ ଦ୍ୱାରା ପରିଚାଳିତ ଏହି ବ୍ୟବସାୟିକ ଗୋଷ୍ଠୀ ବାଲେଶ୍ୱର ଜିଲ୍ଲାରେ ପ୍ରତିଷ୍ଠା ହେବାକୁ ଯାଉଥିବା ସୁବର୍ଣ୍ଣରେଖା ବନ୍ଦର ନିକଟରେ ଏହି ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଏଥିପାଇଁ ପ୍ରାୟ ୭୮,୦୦୦ କୋଟି ଟଙ୍କା ବ୍ୟୟ ବରାଦ ରହିଥିବା ବେଳେ ତାମିଲନାଡୁ ପ୍ରକଳ୍ପ ପାଇଁ ୫୦,୦୦୦ ଟଙ୍କା ବ୍ୟୟ କରାଯିବ। ଏହି ପ୍ରକଳ୍ପ ପାଇଁ  ୩୩୨୦ ଏକର ଜମି ଆବଶ୍ୟକ ରହିଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପରେ  ବାର୍ଷିକ ୧.୦୮ ନିୟୁତ ଟନ୍ ପଲିଥିଲିନ୍ ୟୁନିଟ୍ ସହିତ ୧.୬ ନିୟୁତ ଟନ୍ ପରାକ୍ସିଲିନ୍ ପ୍ଲାଣ୍ଟ, ୧.୨୫ ନିୟୁତ ଟନ୍ ବିଶିଷ୍ଟ ଟେରିଫାଥ୍‌ଲିକ୍ ଏସିଡ୍ ପ୍ଲାଣ୍ଟ ଏବଂ ପେଟ୍ରୋଲିୟମ ରିଫାଇନେରୀ ୟୁନିଟ୍ ରହିବ। ପରେ ଏରୋମାଟିକ୍ କମ୍ପେ୍ଳକ୍ସ ଏବଂ ଇଥାଇଲିନ୍ କମ୍ପେ୍ଳକ୍ସ ପ୍ରତିଷ୍ଠା କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ତେବେ ତାମିଲନାଡୁରେ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜମି ଅଧିଗ୍ରହଣ ନିମନ୍ତେ ଅସୁବିଧା ନଥିବାରୁ ସେଠାରେ ପ୍ରଥମେ ପ୍ରକଳ୍ପ ପ୍ରତିଷ୍ଠା କରାଯିବ ବୋଲି ଟିସି ଗ୍ରୁପ୍ ପକ୍ଷରୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *