ଆଜିଠାରୁ ବଦଳିଲା ଟିକସ ସମ୍ପର୍କିତ ଅନେକ ନିୟମ

ଏପ୍ରିଲ ୧ ତାରିଖଠାରୁ ନୂଆ ଆର୍ଥିକ ବର୍ଷ ୨୦୧୯- ୨୦ର ଶୁଭାରମ୍ଭ ହୋଇଛି। ଫଳରେ ଆଜିଠାରୁି ଅନେକ ପ୍ରକାରର ଟିକସ ସମ୍ପର୍କିତ ପରିବର୍ତ୍ତନ ଦେଖାଦେବ। ଏଥିରେ ମଧ୍ୟ ବ୍ୟକ୍ତିଗତ ଆର୍ଥିକସ୍ଥିତି ସମ୍ପର୍କିତ ଅନେକ ପରିବର୍ତ୍ତନ ରହିଛି। ଏହା ବ୍ୟକ୍ତିଗତ ନିବେଶ ଓ ସଂଚୟ ଉପରେ ମଧ୍ୟ ପ୍ରଭାବ ପକାଇବ। ତେଣୁ ଏହି ପରିବର୍ତ୍ତନ ସମ୍ପର୍କରେ ଜାଣିବାନିହାତି ଜରୁରୀ। ୮ଟି ଏପରି ଟିକସ ନିୟମ ରହିଛି ଯାହା ଏପ୍ରିଲ ୧ ୨୦୧୯ରୁ ଲାଗୁ ହୋଇଯିବ।

ଷ୍ଟାଣ୍ଡାର୍ଡ ଡିଡ଼କ୍ସନ

ଏପ୍ରିଲ ୧ ତାରିଖରୁ ଟିକସରେ ମିଳୁଥିବା ଷ୍ଟାଣ୍ଡାର୍ଡ ଡିଡ଼କ୍ସନ ୪୦ ହଜାର ଟଙ୍କାରୁ ୫୦ ହଜାରକୁ ବୃଦ୍ଧି ହେବ। ଆୟକର ହିସାବ ସମୟରେ ଆୟ ହେଉଥିବା ଅର୍ଥରୁ ଷ୍ଟାଣ୍ଡାର୍ଡ ଡିଡ଼କ୍ସନର ପରିମାଣକୁ ହ୍ରାସ କରାଯିବ । ୦୨୦-୨୧ ବର୍ଷ ପାଇଁ ଆୟକର ହିସାବ କରିବା ସମୟରେ ମୋଟ ଆୟରୁ ୫୦ ହଜାର ଟଙ୍କା ଏବାବଦରେ ହ୍ରାସ କରାଯିବ।

୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଟିକସମୁକ୍ତ

୨୦୧୯ବଜେଟରେ ହୋଇଥିବା ଘୋଷଣା ଅନୁଯାୟୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଆୟକର ଦେବାକୁ ପଡ଼ିବ ନାହିଁ। ତେବେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ପୂର୍ବଭଳି ଆୟକର ରିଟର୍ଣ୍ଣ ଫାଇଲ କରିବାକୁ ପଡ଼ିବ। ଆୟକର ଉପରେ ମିଳୁଥିବା ରିବେଟକୁ ମଧ୍ୟ ୨୫ଶହ ଟଙ୍କାରୁ ୧୨,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ୨୦୨୦-୨୧ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।

ଦ୍ୱିତୀୟ ଘର ପାଇଁ ବଦଳିଲା ଟିକସ ନିୟମ

ବର୍ତ୍ତମାନ ସୁଦ୍ଧା ଆୟକରରେ କେବଳ ଗୋଟିଏ ଘରକୁ ବ୍ୟକ୍ତିଗତ ଅଧିଗୃହ ଭାବେ ଗ୍ରହଣ କରାଯାଉଥିଲା। ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ ୧ରୁ ଅଧିକ ଘର ଥିଲା ତେବେ ଏହା ଗ୍ରହଣ କରାଯାଉଥିଲା ଯେ, ଏହି ଘର ବାବଦରେ ଘର ମାଲିକ ଯେଉଁ ଆୟ କରୁଥିଲେ ତାହା ଟିକସ ପରିସରଭୂକ୍ତ। ଏହାର ହିସାବପତ୍ର ମଧ୍ୟ ଦେବାକୁ ପଡୁଥିଲା। ହେଲେ ଏବେ ଜଣେ ବ୍ୟକ୍ତିଙ୍କ ନାମରେ ଯଦି ଦୁଇଟି ଘର ଅଛ ତେବେ ଦ୍ୱିତୀୟ ଘର ପାଇଁ ତାଙ୍କୁ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ।

ସୁଧ ଉପରେ ଟିଡିଏସ ସୀମା ୪୦ ହଜାର

ସୁଧ ଉପରେ ହେଉଥିବା ଆୟରେ ଟିଡିଏସର ସୀମା ବାର୍ଷିକ ୧୦ ହଜାର ଟଙ୍କାରୁ ୪୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ୱାରା ସାଧାରଣ ଲୋକଙ୍କୁ ବ୍ୟାଙ୍କ କିମ୍ୱା ଡାକ ଘରେ ଥିବା ସୁଧ ସଞ୍ଚୟ ଯୋଜନା ଉପରେ ଫାଇଦା ହେବ । ବର୍ତ୍ତମାନ ସୁଦ୍ଧା କେବଳ ବାର୍ଷିକ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧ ଉପରେ କଟୁଥିବା ଟିକସକୁ ରିଫଣ୍ଡ ମଗାଯାଉଥିଲା।

ସେୟାର

ଯଦି ଆପଣ ସେୟାର ନେଇଛନ୍ତି ଏବଂ ଏହା ବର୍ତ୍ତମାନ ସୁଦ୍ଧା ଫିଜିକାଲ ଫର୍ମରେ ଅଛି ତେବେ ଏପ୍ରିଲ ୧ ପରଠାରୁ ଏହାକୁ ବିକ୍ରି କରିପାରିବେ ନାହିଁ। ନୂଆ ଆର୍ଥିକ ବର୍ଷରେ ଏସମ୍ପର୍କିତ ନିୟମରେ ପରିବର୍ତ୍ତନ ଅଣାଯାଇଛି।

ଘର କିଣିବା ଶସ୍ତା ହେବ

ନିର୍ମାଣଧିନ ଫ୍ଲାଟ ଏବଂ ଶସ୍ତା ଘର ଉପରେ ଜିଏସଟି ଦର ୫%ରୁ ୧%କୁ ହ୍ରାସ କରାଯାଇଛି। ସୋମବାରଠାରୁ ଏହା ଲାଗୁ ହୋଇଯିବ । ପୂର୍ବରୁ ନିର୍ମାଣଧିନ ସମ୍ପତ୍ତି କିମ୍ୱା ରେଡି ଟୁ ମୁଭ ଫ୍ଲାଟ ଉପରେ ଇନପୁଟ ଟିକସ କ୍ରେଡିଟ ସହ ୧୨% ଜିଏସଟି ଲାଗୁଥିଲା ବେଳେ ଶସ୍ତା ଘର ଉପରେ ଜିଏସଟି ଦର ୮% ଥିଲା।

ଅଧିକ ଖବର ପାଇଁ କ୍ଲିକ୍‌ କରନ୍ତୁ:

ବିଜେପିର ୧୧ ବିଧାନସଭା ୩ ଲୋକସଭା ପ୍ରାର୍ଥୀ ଘୋଷଣା

ଲୌହପୁରୁଷ ଏତେ ଚୁପ‍୍‌ କାହିଁକି?

ଉଜ୍ଜଳା ଯୋଜନାର ବିଫଳତାର ଗୁମର ଖୋଲିଦେଲେ ସମ୍ୱିତ୍ ପାତ୍ର

Leave a Reply

Your email address will not be published.