ଜାହ୍ନବୀଙ୍କ ନାଁରେ ଟାଟୁ
ଫିଲ୍ମ ‘ଧଡ଼କ୍’ରୁ ଅଭିନୟ ଇନିଙ୍ଗ୍ସ ଆରମ୍ଭ କରିଥିବା ଜାହ୍ନବୀ ଖୁବ୍ କମ୍ ଦିନ ମଧ୍ୟରେ ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରୁଛନ୍ତି । ଦକ୍ଷ ଅଭିନୟ ସହିତ ଚୁଲ୍ବୁଲି ଅନ୍ଦାଜ୍ ଓ ଆକର୍ଷଣୀୟ ଚେହେରା ପାଇଁ ଦିନକୁ ଦିନ ତାଙ୍କର ପ୍ରଶଂସକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ପ୍ରିୟ ତାରକାଙ୍କ ପାଇଁ ପ୍ରଶଂସକଙ୍କ ଅନେକ ପାଗଳାମୀ ଦେଖିବାକୁ ମିଳିଥାଏ ।
ଏବେ ଜାହ୍ନବୀଙ୍କ କ୍ଷେତ୍ରରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ଜଣେ ମହିଳା ପ୍ରଶଂସକ ନିଜ ପିଠିରେ ଜାହ୍ନବୀଙ୍କ ନାଁରେ ଏକ ଟାଟୁ କରିଛନ୍ତି । ଜାହ୍ନବୀ ନିଜେ ଏହି ଖବରକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ଖବର ଅନୁଯାୟୀ ମହିଳା ପ୍ରଶଂସକ ଜଣକ ଜାହ୍ନବୀଙ୍କୁ ସାକ୍ଷାତ କରିଥିଲେ । ପ୍ରଶଂସକ କହିଥିଲେ ଯେ ନୂଆ ତାରକା ମଧ୍ୟରେ ଜାହ୍ନବୀ ତାଙ୍କର ସୁବଠାରୁ ଫେବରାଇଟ୍ । ଏହା ସହିତ ସେ ନିଜ ପିଠିରେ ଜାହ୍ନବୀଙ୍କ ନାମରେ ଏକ ଟାଟୁ ମଧ୍ୟ କରାଇଛନ୍ତି ।
ପ୍ରଶଂସକଙ୍କ ଠାରୁ ଏହା ଜାଣିବା ପରେ ଜାହ୍ନବୀ ନିଜେ ସେହି ଟାଟୁ ଦେଖିଥିଲେ । ପ୍ରଶଂସକଙ୍କ ଏଭଳି କାର୍ଯ୍ୟକଳାପ ଜାହ୍ନବୀଙ୍କୁ ଖୁସି ଦେବା ସହ ଆଶ୍ଚର୍ଯ୍ୟଚକିତ ମଧ୍ୟ କରିଥିଲା । ସେହି ମହିଳା ପ୍ରଶଂସକଙ୍କ ସହିତ ଜାହ୍ନବୀଙ୍କର ଏକ ଫଟୋ ଏବେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।