ଟାଟୁ କରିବା ପରେ ତ୍ୱଚାର ଏକ୍ସଟ୍ରା କେୟାର୍ ନେବେ କେମିତି, ଜାଣନ୍ତୁ
ଟାଟୁ ବନାଇବା ଆଜିକାଲିର ଫ୍ୟାଶନ୍ ଟେଣ୍ଡର ଏକ ଅବିଛେଦ୍ୟ ଅଙ୍ଗ । କିନ୍ତୁ ଟାଟୁ କରିବା ପରେ ତ୍ୱଚାର ବିଶେଷ ଯତ୍ନ ନେବାକୁ ପଡ଼ିଥାଏ, ନଚେତ୍ ଏହାଦ୍ୱାରା ତ୍ୱଚା ସଂକ୍ରମଣର ଆଶଙ୍କା ୯୦ ପ୍ରତିଶତ ବଢିଯାଇଥାଏ ବୋଲି ସ୍ୱାସ୍ଥ୍ୟବିଜ୍ଞାନୀମାନେ କହିଛନ୍ତି । ତେବେ ଆସନ୍ତୁ ଜାଣିବା ଟାଟୁ କରିବା ପରେ ତ୍ୱଚାର ଯତ୍ନ କିଭଳି ନେବା ଆବଶ୍ୟକ –
୧- ଟାଟୁ କରିଥିବା ସ୍ଥାନକୁ ସୂର୍ଯ୍ୟାଲୋକ ସଂସ୍ପଶରେ ଆସିବାକୁ ଦିଅନ୍ତୁ ନାହିଁ । ଯେତେ ସମ୍ଭବ ଖରାରେ ବାହାରନ୍ତୁ ନାହିଁ । ଯଦି ବାହାରକୁ ଯାଉଛନ୍ତି ତାହେଲେ ଟାଟୁକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କି କରି ରଖନ୍ତୁ ।
୨- ଟାଟୁ କରିବାର ପ୍ରାୟ ୧ ମାସ ପର୍ଯ୍ୟନ୍ତ ସେଥିରେ ସାବୁନ୍ ଲଗାନ୍ତୁ ନାହିଁ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆପଣ କୌଣସି ହର୍ବାଲ୍ ଲୋସନ୍ ବ୍ୟବହାର କରିପାରିବେ ।
୩- ଯଦି ଆପଣ କୌଣସି ବଡି ଲୋସନ୍ ଲଗାଉଛନ୍ତି, ତାହା ଯେପରି ଟାଟୁକୁ ସ୍ପର୍ଶ ନକରେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ ।
୪- ଗାଧୋଇବା ପରେ ସଫା ଟାୱାଲ୍ ନେଇ ଟାଟୁକୁ ହାଲ୍କା ଭାବେ ପୋଛିଦିଅନ୍ତୁ ।
୫- ଟାଟୁ କରିଥିବା ସ୍ଥାନରେ କୁଣ୍ଡେଇ ହେଉଥିଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କୌଣସି ପଦକ୍ଷେପ ନିଅନ୍ତୁ ।
୬- ଟାଟୁ କରିବା ପରେ ସେଥିରେ ବାରମ୍ବାର ହାତ ଲଗାନ୍ତୁ ନାହିଁ ।