ଟାଟା ଷ୍ଟିଲ ଭାରତର ଶ୍ରେଷ୍ଠ କର୍ମସ୍ଥଳୀ

ଭୁବନେଶ୍ୱର, (ଓଟି): ଟାଟା ଷ୍ଟିଲକୁ ୫୦୦ରୁ ଅଧିକ ଏବଂ ୫୦ ହଜାରରୁ କମ୍ କର୍ମଚାରୀଙ୍କ “ବୃହତ ବର୍ଗ’ରେ ଭାରତର ସବୁଠୁ ଶ୍ରେଷ୍ଠ କର୍ମସ୍ଥଳ ସଂସ୍ଥା ଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି । ଗ୍ରେଟ ପ୍ଲେସ ଟୁ ୱାର୍କ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଟାଟା ଷ୍ଟିଲ୍ର ଉଚ୍ଚ ବିଶ୍ୱାସ, ଉଚ୍ଚ ପ୍ରଦର୍ଶନ ସଂସ୍କୃତି ଗଠନ ଦିନରେ କାର୍ଯ୍ୟ ପାଇଁ ବାର୍ଷିକ ସାର୍ଟିଫିକେସନ ପ୍ରଦାନ କରାଯାଇଛି ।
ଟାଟା ଷ୍ଟିଲର ମାନବ ସମ୍ବଳ ପରିଚାଳନା ଉପସଭାପତି ସୁରେଶ ଦତ ତ୍ରିିପାଠୀ କହିଛନ୍ତି ଯେ, “ଆଉ ଏକ ବର୍ଷ ପାଇଁ ଆମକୁ “ଗ୍ରେଟ୍ ପ୍ଲେସ ଟୁ ୱାର୍କ’ ସାର୍ଟିଫିକେସନ ପ୍ରଦାନ କରାଯାଇଥିବାରୁ ଆମେ ଉଲ୍ଲସିତ । ଟାଟା ଷ୍ଟିଲ ଏଭଳି ଏକ ସଂସ୍ଥା ଗଠନ ଉପରେ ବିଶ୍ୱାସ କରେ ଯାହା ବିଶ୍ୱର ଏକ ସଂସ୍କୃତିକୁ ସମୃଦ୍ଧ କରିବା ଏବଂ ଉଚ୍ଚ ପ୍ରଦର୍ଶନର କେନ୍ଦ୍ର ସ୍ଥଳରେ କର୍ମଚାରୀ ସଶକ୍ତୀକରଣ କ୍ଷେତ୍ରରେ ନିବେଶ କରିଥାଏ । ବିଗତ ବର୍ଷଗୁଡ଼ିକରେ ଟାଟା ଷ୍ଟିଲରେ ଏହି ମୌଳିକ ଦର୍ଶନ ଅପରିବର୍ତିତ ରହିଛି ଏବଂ ଆମେ ପରିବର୍ତିତ ସମୟ ଏବଂ କର୍ମଚାରୀଙ୍କ ଅଭିଳାଷ ଅନୁସାରେ ଏହାକୁ ପ୍ରାସଙ୍ଗିକ ରଖିବା ଦିଗରେ କାର୍ଯ୍ୟ କରୁଛୁ ।’’
ଏହି ବର୍ଷଗୁଡ଼ିକରେ ଟାଟା ଷ୍ଟିଲ ଅନେକ ଅଭିନବ ପଦକ୍ଷେପ, ନୀତି ଏବଂ ପଦ୍ଧତି ଗ୍ରହଣ କରିଛି ଯଥା ସପ୍ତାହରେ ୫ ଦିନ କାର୍ଯ୍ୟ ଦିବସ, ଋତୁସ୍ରାବ ଜନିତ ଛୁଟି, ପିତା ହେବା ଉଦ୍ଦେଶ୍ୟରେ ଛୁଟି, ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିବା ଛୁଟି, ସାଟେଲାଇଟ ଅଫିସ ଅପରେସନ, କର୍ମଚାରୀ ସହାୟତା କାର୍ଯ୍ୟକ୍ରମ, ଟେକ୍-୨ ଇତ୍ୟାଦି ।
ଚଳିତ ମାସ ପ୍ରାରମ୍ଭରେ ଟାଟା ଷ୍ଟିଲ ଏକ ନୂତନ ମାନବ ସମ୍ବଳ ନୀତି ଗ୍ରହଣ କରିଛି ଯେଉଁଥିରେ ଏଲଜିବିଟିକ୍ୟୁ+ ସଂପ୍ରଦାୟର ଦମ୍ପତିମାନେ ନିଜ ପାର୍ଟନରଙ୍କ ନାମ ଘୋଷା କରିପାରିବେ ଏବଂ ଏଚଆର୍ ନିୟମ ଅଧୀନରେ ଥିବା ଲାଭ ହାସଲ କରିପାରିବେ ।
ଅନୁଧ୍ୟାନ, ମାନ ଦଣ୍ଡ୍ ଧାର୍ଯ୍ୟ କରିବା ଏବଂ କର୍ମ କ୍ଷେତ୍ର ସଂସ୍କୃତିରେ ଉନ୍ନତିି ଆଣିବା ଲାଗି ୬୦ରୁ ଅଧିକ ରାଷ୍ଟ୍ରର ୧୦ ହଜାରରୁ ଅଧିକ ସଂସ୍ଥା ଗ୍ରେଟ ପ୍ଲେସ ଟୁ ୱାର୍କ ଅନୁଷ୍ଟାନ ସହିତ ସହବନ୍ଧିତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *