କୋଭିଡ୍‌-ମୁକାବିଲା: ଟାଟା ସନ୍ସ ୧୦୦୦ କୋଟି, ଟାଟା ଟ୍ରଷ୍ଟ ୫୦୦ କୋଟି

ଭୁବନେଶ୍ୱର, (ଓଟି): ବର୍ତମାନ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତରେ କୋଭିଡ୍ ୧୯କୁ ନେଇ ସୃଷ୍ଟି ହୋଇଥିବା ସ୍ଥିତି ବେଶ ଚିନ୍ତାଜନକ ଏବଂ ତ୍ୱରିତ ପଦକ୍ଷେପ ଆବଶ୍ୟକ କରୁଛି । ଆଜି ଟାଟା ଟ୍ରଷ୍ଟସ୍‌ର ଅଧ୍ୟକ୍ଷ ରତନ ଏନ୍ ଟାଟା କିିଛି ପଦକ୍ଷେପ ଘୋଷଣା କରିବା ସହିତ ଏହି ସ୍ଥିତିର ମୁକାବିଲା ଲାଗି ୫୦୦ କୋଟି ଟଙ୍କାର ପ୍ରତିବଦ୍ଧତା ବିଷୟରେ ଘୋଷଣା କରିଥିଲେ ।
ଟାଟା ସନ୍ସ ପକ୍ଷରୁ ଅରିକ୍ତ ୧୦୦୦ କୋଟି ଟଙ୍କା କୋଭିଡ୍‌-୧୯ ମୁକାବିଲା ଲାଗି ପ୍ରଦାନ କରାଯାଇଛି । ଆମେ ଟାଟା ଟ୍ରଷ୍ଟସ୍ ଓ ଆମର ଚେୟାରମ୍ୟାନ ଏମେରିଟସ ରତନ ଟାଟାଙ୍କ ସହ ମିଶି କାର୍ଯ୍ୟ କରିବୁ ଏବଂ ତାଙ୍କର ଅଭିଯାନକୁ ସମ୍ପୂର୍ଣ୍ଣ ସହଯୋଗ ପ୍ରଦାନ କରିବୁ ଏବଂ ଗ୍ରୁପ୍‌ର ବିଶେଷତାକୁ ପୂର୍ଣ୍ଣ ବ୍ୟବହାର କରି ମିଳିତ ଭାବେ କାର୍ଯ୍ୟ କରିବୁ ।
ଟାଟା ଟ୍ରଷ୍ଟସ୍ ତରଫରୁ ପ୍ରସ୍ତୁତ କରାଯାଇଥିବା ଅଭିଯାନ ବ୍ୟତୀତ ଆମେ ଖୁବ୍‌ଶୀଘ୍ର ଭେଂଟିଲେଟର ଆଣିବୁ ଏବଂ ତାହାକୁ ଭାରତରେ ଭିତରେ ଯଥାଶୀଘ୍ର ଉତ୍ପାଦନ କରିବୁ ପ୍ରସ୍ତୁତ ହୋଇଯାଇଛୁ ।
ଦେଶ ଏବେ ଅଭାବନୀୟ ସ୍ଥିତି ଓ ସଙ୍କଟ ସାମ୍ନା କରୁଛି । ଏହାକୁ ମୂଳପୋଛ କରିବା ଏବଂ ଆମେ ସେବା ପ୍ରଦାନ କରୁଥିବା ସମାଜର ଲୋକମାନଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ଲାଗି ଆମେ ଯାହା ସମ୍ଭବ ତାହା କରିବୁ ।

Leave a Reply

Your email address will not be published.