ତାପସୀଙ୍କ ‘ରଶ୍ମୀ ରକେଟ୍’ର ମୋସନ୍ ପୋଷ୍ଟର୍ ରିଲିଜ୍
ତାପସୀ ପନ୍ନୁଙ୍କ ତୃତୀୟ କ୍ରିଡ଼ାଭିତ୍ତିକ ଫିଲ୍ମ ଭାବେ ‘ରଶ୍ମୀ ରକେଟ୍’ର ମୋସନ୍ ପୋଷ୍ଟର୍ ରିଲିଜ୍ କରାଯାଇଛି । ଏଥିରେ ତାପସୀ ଗୁଜରାଟର କଚ୍ଛରେ ଦୌଡ଼ୁଛନ୍ତି ଏବଂ ସେ କିଛି ସମୟ ପରେ ରନିଙ୍ଗ୍ ଟ୍ରାକରେ ପହଞ୍ଚୁ ଥିବାର ଦେଖିବାକୁ ମିଳିଛି । ତାପସୀ ଜଣେ ଗୁଜରାଟି ଝିଅ ଲୁକରେ ନଜର ଆସୁଛନ୍ତି । ଏହି ପୋଷ୍ଟର୍ ସହିତ ତାପସୀ ତାଙ୍କ ଗୁଜରାଟି ଲୁକର ଅନ୍ୟ କିଛି ଝଲକ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର୍ କରିଥିଲେ । ଆକର୍ଷ ଖୁରାନାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର କାହାଣୀ ନନ୍ଦା ପରିୟାସାମିଙ୍କ ରିଏଲ୍ ଲାଇଫ୍ ଉପରେ ଆଧାରିତ ।
ଏହା ପୂର୍ବରୁ ତାପସୀ ‘ସୁରମା’ରେ ଦିଲଜିତ୍ ଦୋସାଞ୍ଜଙ୍କ ସହିତ ହକି ଖେଳୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ‘ସାଣ୍ଡ୍ କି ଆଖଁରେ ମଧ୍ୟ ତାପସୀ ଜଣେ ଖେଳାଳୀ ଭୂମିକାରେ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହା ଆସନ୍ତା ଦିପାବଳୀରେ ରିଲିଜ୍ ହେବ । କିନ୍ତୁ ‘ରଶ୍ମୀ ରକେଟ୍’ର ରିଲିଜ୍ ଡେଟ୍ ଜଣାପଡ଼ିନାହିଁ । ପୁଣିଥରେ ତାପସୀଙ୍କୁ ଖେଳାଳୀ ଭାବେ ଦେଖିବା ପାଇଁ ତାଙ୍କର ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।