ବିଗ୍ ବସ୍ ତାମିଲର ଫାଷ୍ଟ୍ ଟିଜର୍ ରିଲିଜ୍

ବିଗ୍ ବସ୍ ତାମିଲର ତୃତୀୟ ସିଜିନକୁ ଅପେକ୍ଷା କରି ବସିଥିବା ଟେଲି ଦର୍ଶକଙ୍କ ପାଇଁ ଖୁସି ଖବର ନେଇ ଆସିଯାଇଛି ଶୋ’ର ଫାଷ୍ଟ୍ ଟିଜର୍ । ବିଜୟ ଟେଲିଭିଜନର ଭେରିଫାଏଡ୍ ଟ୍ୱିଟର୍ ଆକାଉଣ୍ଟ୍ ମାଧ୍ୟମରେ ଏହାକୁ ସେୟାର୍ କରାଯାଇଥିଲା । ମାତ୍ର ୧୦ ସେକେଣ୍ଡର ଏହି ଭିଡିଓରେ କମଲ୍ ହାସନ୍ ଚଷମା ବାହାର କରୁଛନ୍ତି ଏବଂ ତାଙ୍କର ଚମକଦାର୍ ଆଖିରେ ‘ବିଗ୍ ବସ୍୩’ର ଲୋଗୋ ଦେଖିବାକୁ ମିଳିଛି ।

କମଲ ହାସନଙ୍କୁ ଦେଖିବା ପରେ ଶୋ’ର ପ୍ରଶଂସକଙ୍କ ମନରୁ ସବୁପ୍ରକାର ଦ୍ୱନ୍ଦ୍ୱ ଦୂରେଇ ଯାଇଛି । କାରଣ ଆଜିକାଲି କମଲ ରାଜନୈତିକ କ୍ଷେତ୍ରରେ ବ୍ୟସ୍ତ ଥିବାରୁ ଶୋ’କୁ ଅନ୍ୟ ଜଣେ କେହି ହୋଷ୍ଟ୍ କରିପାରନ୍ତି ବୋଲି ପ୍ରଶଂସକ ମହଲରେ ଚର୍ଚ୍ଚା ହେଉଥିଲା । କିନ୍ତୁ କମଲଙ୍କ ଏହି ଟିଜର୍ ସବୁ ଆଶଙ୍କାକୁ ଦୂର କରିଛି । ଖୁବ୍ ଶୀଘ୍ର ଏହି ଶୋ’ ଅନଏୟାର୍ ହେବାକୁ ହେବ ।

Leave a Reply

Your email address will not be published.