ତୈମୁରଙ୍କ ସହ ଡେଟ୍ କରିବାକୁ ଚାହାନ୍ତି ଏହି ଅଭିନେତ୍ରୀ
ଲାଇମ୍ଲାଇଟ୍ରେ ନହ୍ନା ନବାବ୍ ତୈମୁରଙ୍କ କ୍ରେଜି କାହିଁରେ କ’ଣ । ବଲିଉଡର ନାମୀଦାମୀ ତାରକାମାନେ ତୈମୁର୍ଙ୍କ ପ୍ରଶଂସକ ତାଲିକାରେ ଅଛନ୍ତି । ସୋସିଆଲ୍ ମିଡିଆ ହେଉ କିମ୍ବା ବଲିଉଡ୍ ଆଜିକାଲି ସଲମାନ୍, ଶାହରୁଖ୍ ଓ ଅମୀରଙ୍କ ଠାରୁ ବେଶି ଚର୍ଚ୍ଚା ତୈମୁରଙ୍କର । ସଲ୍ଲୁ ଭାଇଜାନ୍ ନିଜେ ଏ କଥାକୁ ମାନିଛନ୍ତି । ଏଭଳି ଖବର ତାଲିକାରେ ଏବେ ଆଉ ଏକ ଖବର ସାମିଲ୍ ହୋଇଛି । ବଲିଉଡ୍ର ଜଣେ ଅଭିନେତ୍ରୀ ତୈମୁର୍ଙ୍କ ସହ ଡେଟ୍ କରିବାକୁ ଚାହୁଁଛନ୍ତି । ସେ ସୁନ୍ଦରୀ ନାୟିକା ହେଉଛନ୍ତି ତାପସୀ ପନ୍ନୁ । ଖବରଟିକୁ ଆଉ ଟିକେ ସ୍ପଷ୍ଟ କରି କହିରଖୁଛୁ ଏକ ସାକ୍ଷାତକାରରେ ତାପସୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ ବଲିଉଡ୍ରେ କାହା ସହିତ ଡେଟ୍ କରିବାକୁ ଚାହିଁବେ? ଏହାର ଉତ୍ତରରେ ତାପସୀ ତୈମୁରଙ୍କ ନାଁ ନେଇଥିଲେ । ତାପସୀଙ୍କ ପୂର୍ବରୁ ରଣବୀର୍ ସିଂ ତୈମୁର୍ଙ୍କ ସହିତ ସ୍କ୍ରୀନ୍ ସେୟାର୍ କରିବାର ଇଚ୍ଛା ଜାହିର କରିଥିବାର ଖବର ମଧ୍ୟ ଚର୍ଚ୍ଚାରେ ଥିଲା ।
ତାହେଲେ ଆପଣ ଥରେ ଭାବି ଦେଖନ୍ତୁ ତ ଯଦି ପରଦା ଉପରକୁ ଆସିବା ପୂର୍ବରୁ ତୈମୁରଙ୍କ ଏଭଳି ଷ୍ଟାରଡମ୍ ରହିଛି, ତେବେ ଆଗାମୀ ଦିନରେ ତାଙ୍କର ଷ୍ଟାର୍ କ୍ରେଜ୍ କେତେଗୁଣା ବୃଦ୍ଧି ନହେବ, ଯାହାକି ଅନୁମାନ ବାହାରେ ।